Home ଓଡ଼ିଶା ଉତ୍ତରାଖଣ୍ଡ ବିନାଶକାରୀ ବାତ୍ୟା:୫ ବର୍ଷ ପରେ ମିଳିଲା ୨୧ କଙ୍କାଳ!

ଉତ୍ତରାଖଣ୍ଡ ବିନାଶକାରୀ ବାତ୍ୟା:୫ ବର୍ଷ ପରେ ମିଳିଲା ୨୧ କଙ୍କାଳ!

373

ଭୁବନେଶ୍ୱର;୧୫,ଅକ୍ଟୋବର:”ତିତିଲି” ଯିବା ପରେ ଏବେ ବିଭିର୍ଣ୍ଣ ସ୍ଥାନରୁ ଗୋଟିଏ ପରେ ଗୋଟିଏ ଜୀବନହାନି ଘଟଣା ଜଣାପଡ଼ୁଛି।ମାଟି ତଳେ ଦବି ହୋଇ ରହିଥିବା ମୃତ ଦେହ ଉଦ୍ଧାର ହେଉଛି।ସତେ,କେତେ ଭୟଙ୍କର ଏ ବାତ୍ୟା ଏବଂ ବନ୍ୟା?

ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ଜୁନ,୨୦୧୩ରେ ଘଟିଥିବା ବିନାଶକାରୀ ବାତ୍ୟା ଏବଂ ଭୁଷ୍କଳନ ଘଟଣାରେ ଏବେ ୫ ବର୍ଷ ପରେ ୨୧ ଜଣଙ୍କର କଙ୍କାଳ ଉଦ୍ଧାର ହୋଇଛି।ଏହା ପୂର୍ବରୁ ମଧ୍ୟ ମଝିରେ ମଝିରେ ଘଟଣା ସ୍ଥଳରୁ କଙ୍କାଳ ଉଦ୍ଧାର ହୋଇଛି।ଉତ୍ତରାଖଣ୍ଡ ପୋଲିସର ୫ଟି ଟିମ ଧର୍ମ ସ୍ଥଳର ଅଲଗା ଅଲଗା ରାସ୍ତାରେ ୩ ଦିନ ଧରି ତଲାସି ଅଭିଯାନ ଚଲାଇଥିଲା।ଏହି ସମୟରେ ୨୧ଟି କଙ୍କାଳ ଉଦ୍ଧାର ହୋଇଛି।ସେଗୁଡିକର ଡିଏନଏ ନମୁନା ନିଆଯିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।ଅଧିକାଂଶ କଙ୍କାଳ ରାମବାରା ଏବଂ ତ୍ରିଜୁଗୀ ନାରାୟଣ ରାସ୍ତାରୁ ଉଦ୍ଧାର ହୋଇଛି।ସୂଚନାଯୋଗ୍ୟ ଯେ ବିନାଶକାରୀ ବାତ୍ୟା ପରେ ରାମବାରା ଅଞ୍ଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଥିଲା।

୨୦୧୬ରେ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏକ ଜନହିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବାତ୍ୟା ପରେ ପ୍ରାୟ ୩୫୦୦ ଲୋକ ନିଖୋଜ ଥିଲେ।।ଏବଂ ସେ ସମୟ ସୁଧା କେବଳ ୪୫୦ ଶବ ଉଦ୍ଧାର ହୋଇଥିଲା।କିନ୍ତୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ତଲାସୀ ଅଭିଯାନ ଜାରି ରଖି ଅନୁସନ୍ଧାନ କରାଯାଉ ଯେପରି ଜଣାପଡ଼ିବ ଯେ,ପ୍ରଭାବିତ ଅଞ୍ଚଳରେ ଆଉ ଲୋକ ମାଟି ତଳେ ଦବି ହୋଇ ରହିନି ତ’।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.