Home କଳାହାଣ୍ଡି ଉକ୍ରଳ ଗ୍ରାମୀଣ ବ୍ୟାଙ୍କରେ ଜାଲିଆତି, ଶାଖା ପରିଚାଲକ ଓ କ୍ୟାସିୟର ଗିରଫ

ଉକ୍ରଳ ଗ୍ରାମୀଣ ବ୍ୟାଙ୍କରେ ଜାଲିଆତି, ଶାଖା ପରିଚାଲକ ଓ କ୍ୟାସିୟର ଗିରଫ

595

କଳାହାଣ୍ଡି – ୨୨.୧୨.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ମୋଟେରସ୍ଥିତ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ୧କୋଟୀ ୨୩ ଲକ୍ଷ ୩୦ ହଜାର ୧୮୦ ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗରେ ଶାଖାପରିଚାଲକ ଓ କ୍ୟାସିୟର ଗିରଫ ହେବା ଘଟଣା ସମଗ୍ର ଜିଲ୍ଲାରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜୁନାଗଡ- ଆମପାଣି ଜାତୀୟ ରାଜପଥ ୨୬ ପାଶ୍ୱର୍ ମୋଟେର ଠାରେ ଥିବା ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଲକ ପ୍ରବୀଣ ରଂଜନ ଠାକୁର ଓ କ୍ୟାସିୟର ଲଳିତ ଶବର ମିଶି ବ୍ୟାଙ୍କର ମୋଟ ୧ କୋଟୀ ୨୨ ଲକ୍ଷ ୯୦ ହଜାର ଟଙ୍କା କୁ ଏନଇଏଫଟୀ ମାଧ୍ୟମରେ ୧୩ ଥର ଆଠ ଗୋଟି ଆକାଉଂଟରେ ଟ୍ରାନସଫର କରିଦେଇଥିଲେ । ଯାହାଫଳରେ ବ୍ୟାଙ୍କର ୧ କୋଟୀ ୨୩ ଲକ୍ଷ ୩୦ ହଜାର ୧୮୦ ଟଙ୍କାର ଫିଜିକାଲ କେସ ଦେଇପାରିନଥିଲେ । ଏନେଇ ଆଂଚଳିକ ପରିଚାଲକ ଅସୀତ ପାତ୍ର କୋକସରା ଥାନାରେ କେଶ ଦାଏର କରିବା ପରେ କୋକସରା ପୋଲିସ କେସ ନଂ ୨୨୧/୧୮ ଧାରା ୪୦୯/୩୪ ଦଫାରେ ଏକ କେଶ ରୁଜ୍ଜୁ କରି ତଦନ୍ତ କରିବା ପରେ ଉଭୟ ଶାଖାପରିଚାଲକ ଓ କ୍ୟାସିୟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବ୍ୟାଙ୍କ କର୍ମଚାରୀ ମାନଙ୍କ ଦ୍ୱାରା ଏଭଲି ଟଙ୍କା ହେରାଫେରୀ ଘଟଣା ସମଗ୍ର ଅଂଚଳରେ ବ୍ୟାଙ୍କ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.