Home ଓଡ଼ିଶା ଇ.ଭି.ଏମ ସଂଗ୍ରହ ବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଇ.ଭି.ଏମ ସଂଗ୍ରହ ବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

541

ବଡ଼ବିଲ ୨୧-୪ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷୀତ) ଇଭିଏମ୍ ବିତରଣ କେନ୍ଦ୍ର ଆଗରେ ପଡି ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଶାଳପଡା ବୁଥ୍ ପାଇଁ ଇଭିଏମ୍ ବିତରଣ କେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ପୋଲିଂ କର୍ମଚାରୀ ହେଉଛନ୍ତି ଅଭୟ ସେଠୀ। ଇଭିଏମ୍ ସଂଗ୍ରହ ବେଳେ ସେ ହଠାତ ତଳେ ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ କର୍ମଚାରୀ ଜଣକ ଚମ୍ପୁଆ ଥାନା ତରେଇ ବିଏନ୍ ହାଇସ୍କୁଲର କର୍ମଚାରୀ ଅଭୟ ସେଠୀ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ପୋଲିସ ତାଙ୍କ ମୃତଦେହକୁ ଆନନ୍ଦପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆନନ୍ଦପୁର ମେଡିକାଲ ଅଫିସର ଧନେଶ୍ବର ସେଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.