Home ଜିଲ୍ଲା ପରିକ୍ରମା ଇଭିଏମ ଓ ଭିଭିପାଟ୍ ସଚେତନତା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ୨୬୫୮ ଭିନ୍ନକ୍ଷମ ଭୋଟରଙ୍କ ପାଇଁ...

ଇଭିଏମ ଓ ଭିଭିପାଟ୍ ସଚେତନତା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ୨୬୫୮ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

136

ମାଲକାନଗିରି, ୫ା୧ (ଓଡିଆ ପୁଅ ) ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଇଭିଏମ ଓ ଭିଭିପାଟ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଇଭିଏମ ଓ ଭିଭିପାଟ୍ ମେସିନ ବ୍ୟବହାର ଓ ତାର କାର୍ଯ୍ୟକାରିତା ସଂପର୍କରେ ବିଡିଓ ଗୁଣନିଧି ନାୟକ ଡେମୋ ପ୍ରଦର୍ଶନ କରି ଦେଖାଇ ଥିଲେ। ଆଗାମି ୭ତାରିଖ ଠାରୁ ଜିଲ୍ଲାର ୯୩୪ଟି ରାଜସ୍ୱ ଗ୍ରାମରେ ଭୋଟର ମାନଙ୍କୁ ସଚେତନତା କରାଇବା ସହ ଇଭିଏମ ଓ ଭିଭିପାଟ ମେସିନ ବ୍ୟବହାର ସଂପର୍କରେ ଜନସଚେତନତା ଓ ଅବଗତ କରାଯିବ। ଜିଲ୍ଲାରେ ୪ଲକ୍ଷ ୨୦ହଜାର୪୧ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୯୭ ହଜାର ୫୮୭, ମହିଳା ଭୋଟର ୨ଲକ୍ଷ ୪ ହଜାର ୫୪୧ ଜଣ ଅଛନ୍ତି। ଏହି ଭୋଟରଙ୍କ ମଧ୍ୟରୁ ୨୬୫୮ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ସେମାନଙ୍କ ପାଇଁ ବିଭିନ୍ନ ବୁଥରେ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲ୍ଲାରେ ୫୪୦ଟି ଭୋଟ କେନ୍ଦ୍ର ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ଭୋଟ କେନ୍ଦ୍ର ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ୧୪ଟି ଟିମ ଗଠନ କରାଯାଇଛି, ପ୍ରତି ବ୍ଲକ ପାଇଁ ୨ଟି ଟିମର ୫ଜଣ କର୍ମଚାରି ରହିବେ, ଏହି ଟିମ ୪ଟି ଲେଖା ଗ୍ରାମକୁ ଯାଇ ସେଠାରେ ଭୋଟର ମାନଙ୍କୁ ମେସିନ ଦେଖାଇ ସଚେତନତା କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ। ଏହି ସଚେତନତା ଅଭିଯାନରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଦାନ, ନିର୍ବାଚନ ଅଧିକାରୀ ରାମକୃଷ୍ଣ ନାୟକ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକଙ୍କ ସହିତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.