Home ଜିଲ୍ଲା ପରିକ୍ରମା ଇଭିଏମ ଓ ଭିଭିପାଟ୍ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ଇଭିଏମ ଓ ଭିଭିପାଟ୍ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

140

ମାଲକାନଗିରି, ୭ା୧ (ଓଡିଆ ପୁଅ) ଆଜି ସକାଳେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଇଭିଏମ ଓ ଭିଭିପାଟ୍ ସଚେତନତା ରଥ କୁ ଉଦଘାଟନ କରିଛନ୍ତି। ଏହି ରଥ ବିଭିନ୍ନ ରାଜସ୍ୱଗ୍ରାମ ଓ ଭୋଟ କେନ୍ଦ୍ର ଗୁଡିକ ଭ୍ରମଣ କରି ଇଭିଏମ ଓ ଭିଭିପାଟ୍ ମେସିନ ବ୍ୟବହାର ଓ ଏହାର କାର୍ଯ୍ୟକାରିତା ସଂପର୍କରେ ଭୋଟର ମାନଙ୍କୁ ଜନସଚେତନା କରିବା ଆରମ୍ଭ କରିଦେଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ବ୍ଲକର ୮ଟି ଗ୍ରାମକୁ ଯାଇ ଇଭିଏମ ତାଲିମ ପ୍ରାପ୍ତ ଅଧିକାରୀ ମାନେ ଭୋଟର ମାନଙ୍କୁ ଇଭିଏମ ଓ ଭିଭିପାଟ ମେସିନ ଡେମୋ ପ୍ରଦର୍ଶନ କରି ଜନସଚେତନତା କରିଛନ୍ତି। ଏହି ଜନସଚେତନତା ରଥ ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ସହକାରି ଜିଲ୍ଲାପାଳ ତଥା ନିର୍ବାଚନ ବିଭାଗୀୟ ଅଧିକାରୀ ରାମକୃଷ୍ଣ ନାୟକ, ସହକାରି ଜିଲ୍ଲାପାଳ ହୃଷିକେଶଗଣ୍ଡ, ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ୯୩୪ଟି ରାଜସ୍ୱ ଗ୍ରାମରେ ଭୋଟର ମାନଙ୍କୁ ସଚେତନତା କରାଇବା ସହ ଇଭିଏମ ଓ ଭିଭିପାଟ ମେସିନ ବ୍ୟବହାର ସଂପର୍କରେ ଜନସଚେତନତା ଓ ଅବଗତ କରାଯିବ। ଜିଲ୍ଲାରେ ୪ଲକ୍ଷ ୨୦ହଜାର୪୧ ଭୋଟର ଙ୍କ ମଧ୍ୟରୁ ପୁରୁଷ ଭୋଟର୧ଲକ୍ଷ୯୭ହଜାର୫୮୭, ମହିଳା ଭୋଟର ୨ଲକ୍ଷ୪ହଜାର୫୪୧ ଜଣ ଅଛନ୍ତି। ଏହି ଭୋଟରଙ୍କ ମଧ୍ୟରୁ ୨୬୫୮ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ସେମାନଙ୍କ ପାଇଁ ବିଭିନ୍ନ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲ୍ଲାରେ ୫୪୦ଟି ଭୋଟ କେନ୍ଦ୍ର ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ଭୋଟ କେନ୍ଦ୍ରରହିଛି। ଏହି କାର୍ଯ୍ୟକ୍ରମ ପାଇଁ ୧୪ଟି ଟିମ ଗଠନ କରାଯାଇଛି, ପ୍ରତି ବ୍ଲକ ପାଇଁ ୨ଟି ଟିମର ୫ଜଣ କର୍ମଚାରି ରହିଛନ୍ତି, ଏହି ଟିମ ୪ଟି ଲେଖା ଗ୍ରାମକୁ ଯାଇ ସେଠାରେ ଭୋଟର ମାନଙ୍କୁ ମେସନି ଦେଖାଇ ସଚେତନତା କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.