Home କୋରାପୁଟ ଇନ୍ଦ୍ରାବତୀ ଡ୍ୟାମର ୩ ଟି ଗେଟ ଖୋଲିଲା ;ସମ୍ଭାବ୍ୟ ବନ୍ୟାକୁ ଦୁଷ୍ଟିରେ ରଖି କୋଟପାଡ ଓ...

ଇନ୍ଦ୍ରାବତୀ ଡ୍ୟାମର ୩ ଟି ଗେଟ ଖୋଲିଲା ;ସମ୍ଭାବ୍ୟ ବନ୍ୟାକୁ ଦୁଷ୍ଟିରେ ରଖି କୋଟପାଡ ଓ ବୋରିଗୁମ୍ମାରେ ଜିଲ୍ଲାପ୍ରଶାସନ ସଜାଗ

90

କୋରାପୁଟ ; ତା୧୬-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆଜି ଇନ୍ଦ୍ରାବତୀ ଡ୍ୟାମର ୩ ଟି ଗେଟ ଖୋଲାଯାଇଥିବାରୁ କୋରାପୁଟ ଜିଲ୍ଲାର କୋଟପାଡ ଓ ବୋରିଗୁମ୍ମାରେ ସମ୍ଭାବ୍ୟ ବନ୍ୟାକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ଜଣାପଡିଛି ।କୋଟପାଡ ବ୍ଲକର ଚାନ୍ଦିଲି ପଂଚାୟତର ଚାନ୍ଦିଲି ,ବିଞିଲି , ବିକ୍ରମପୁର ,ସଡରଙ୍ଗା ପଂଚାୟତର ସଡରଙ୍ଗା , ଗୁଆଲୀ , ବଣିଆ ,ସିରସି , ବେଲଗାଁ , ବରଣ୍ଡି , ଆସନା ଧାମଣାହାଣ୍ଡି ପଂଚାୟତର ଖଜୁରୀଗୁଡା ଓ ମାଝିଗୁଡା ଗ୍ରାମ ଏବଂ ବୋରିଗୁମ୍ମା ବ୍ଲକର ଭିତରବାଡି ପଂଚାୟତର ୩ ଟି ଗ୍ରାମ ସମ୍ଭାବ୍ୟ ବନ୍ୟାରେ ପ୍ରଭାବିତ ହୋଇପାରେ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦେବେନ କୁମାର ପ୍ରଧାନ , ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାତି ୨ ଟି ବ୍ଲକ ଗସ୍ତକ ରିଥିବା ଜଣାପଡିଛି ।କୋଟପାଡ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ . ବିଡିଓ ବିଶ୍ୱଜିତ ଚନ୍ଦ୍ର ବର୍ମନ , ବୋରିଗୁମ୍ମା ତହସିଲଦାର ଶରତ ମାଝି ଓ ବିଡିଓ ଯୋଗେନ୍ଦ୍ର ମାଝି ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଗ୍ରାମରେ ପହଂଚି ସାରିଥିବା ଜଣାପଡିଛି ।ଲୋକମାନଙ୍କୁ ମାଇକ ଯୋଗେ ପ୍ରଚାର କରାଯାଇ ନଦୀତଳ ସ୍ଥାନକୁ ନ ଯିବା ନିମନ୍ତେ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।ଦରକାର ପଡିଲେ ଲୋକମାନଙ୍କୁ ସ୍କୁଲ ଓ ପଂଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।ଆଜିରାତି ସୁଦ୍ଧା ଖୋଲାଯାଇଥିବା ଡ୍ୟାମର ପାଣି ଜଅଁରାନାଳରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ଜଣାପଡିଛି । କୋଟପାଡ ଓ ବୋରିଗୁମ୍ମାରେ ଓଡ୍ରାଫ ଏବଂ ଅଗ୍ନିଶ୍ରମ ଯବାନମାନଙ୍କୁ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.