Home କୋରାପୁଟ ଆରଟିଆଇ କମିଶନରଙ୍କ କ୍ୟାମ୍ପ କୋର୍ଟ

ଆରଟିଆଇ କମିଶନରଙ୍କ କ୍ୟାମ୍ପ କୋର୍ଟ

89

କୋରାପୁଟ ; ତା୦୬-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ ) ରାଜ୍ୟ ସୂଚନା ଅଧିକାର କମିଶନର ଶଶିପ୍ରଭା ବିନ୍ଧାଣୀ କୋରାପୁଟ ଜିଲା ଗସ୍ତ କରି ଜିଲା ସଦର ମହକୁମାରେ ଏକ କ୍ୟାମ୍ପ୍ କୋଟର୍୍ ଆୟୋଜନ କରିଛନ୍ତି । ଜିଲାପାଳ ଅଫିସ୍ ସମିଳନୀ କକ୍ଷରେ ଅନୁଷ୍ଠିତ କ୍ୟାମ୍ପ୍ କୋର୍ଟରେ କମିଶନର ୨୮ଟି ମାମଲାରୁ ଶୁଣାଣୀ କରି ସୂଚନା ମାଗିଥିବା ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହା ବ୍ୟତୀତ କ୍ୟାମ୍ପ୍ କୋର୍ଟରେ ବିଭିନ୍ନ ବିଭାଗରୁ ଯୋଗ ଦେଇଥିବା ଜିଲା ସ୍ତରୀୟ ଅଧିକାରୀ ତଥା ବିଭାଗୀୟ ପ୍ରଥମ ଏପିଲେଟ୍ ଅଧିକାରୀ ମାନଙ୍କୁ କମିଶନର ଶ୍ରୀମତି ବିନ୍ଧାଣୀ ସୂଚନା ଅଧିକାର ଆଇନ୍ ସମ୍ପର୍କରେ ଅବଗତ କରାଇଥିଲେ । ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.