Home ଜିଲ୍ଲା ପରିକ୍ରମା ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର

ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର

44

ପୁରୀ ୨୧-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଟାଉନଥାନା ପକ୍ଷରୁ ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଏସପି ଡକ୍ଟର କେ ବିଶାଲ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିବିରରେ ଶତାଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତା ମାନେ ଉତ୍ସାହର ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଅବସରରେ ଆୟୋଜିତ ଆମ ପୁଲିସ ବୈଠକ ରେ ଅଧ୍ୟକ୍ଷତା କରି ଜନତାଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ଏସପି ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଏସପି ମିହିର ପଣ୍ଡା, ଡି ଏସ ପି ଜନାରଦନ ପାଢ଼ୀ, ଟ୍ରାଫିକ ଡି ଏସପି ମୋନାବ୍ରତା ଶତପଥୀ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ବଳିଆପଣ୍ଡା ଥାନାଧିକାରୀ କୁଳମଣି ସେଠୀ, ସମୁଦ୍ରକୂଳ ଥାନାଧିକାରୀ ଚିନ୍ମୟ ରାଉତ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ।ଟାଉନ ଥାନା ଅଂଚଳର ବିଭିନ୍ନ ସାହିରୁ ବ୍ୟକ୍ତି ବିଶେଷ ମାନେ ବୈଠକ ରେ ଯୋଗଦେଇ ଆଲୋଚନାରେ ଆଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.