Home ଓଡ଼ିଶା ଆମ ଝିଅ “ପରି” ନୁହେଁ,”ମାନବୀ”-ପ୍ରଭାତୀ ପରିଡ଼ା

ଆମ ଝିଅ “ପରି” ନୁହେଁ,”ମାନବୀ”-ପ୍ରଭାତୀ ପରିଡ଼ା

134

ମହିଳା ସୁରକ୍ଷା ଭୃଲୁଣ୍ଠିତ ହେଉଥିବା ବେଳେ ପୋଲିସର କ୍ୟାଣ୍ଡେଲ ଯାତ୍ରା ସମ୍ବେଦନହୀନତା
ଭୁବନେଶ୍ୱର୧୧/୬ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ୧୧ ଦିନ ବ୍ୟାପୀ ମହିଳା ସୁରକ୍ଷା ଯାତ୍ରା ସରିବା ପରେ ଆଜି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏନେଇ ତଥ୍ୟ ରଖିଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା “ପରି” କାର୍ଯ୍ୟକ୍ରମକୁ ପ୍ରଭାତୀ ପରିଡ଼ା ସମାଲୋଚନା କରି ଆମ ଝିଅ “ପରି” ନୁହେଁ “ମାନବୀ” କହିବା ସହ ଝିଅକୁ ପରୀ ନୁହେଁ ଝିଅ ଭଳି ସମ୍ମାନ ଦେବାର ବାତାବରଣ ସୃଷ୍ଟି କରିବାକୁ ପୋଲିସକୁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳା ମାନଙ୍କର ଘୋର ଅସନ୍ତୋଷ ରାଜ୍ୟ ତମାମ ପରିଲକ୍ଷିତ ହେଉଥିବା ପ୍ରଭାତୀ ପରିଡା କହିଛନ୍ତି।ରାଜ୍ୟରେ ଥିବା ପୋଲିସ ଷ୍ଟେସନ ମଧ୍ୟରୁ ୨୭୨ଟି ପୋଲିସ ଷ୍ଟେସନରେ ଅଭିଯୋଗ ପଞ୍ଜିକୃତ ହେଉନାହିଁ।ଅନେକ ଥାନାରେ ମାମଲା ଦାୟର ହେଲେ ମଧ୍ୟ ଶାସକ ଦଳର ପ୍ରଭାବଶାଳୀ ନେତା ମାନଙ୍କର ଅପରାଧୀଙ୍କ ପ୍ରତି ସମର୍ଥନ କାରଣରୁ ସେମାନଙ୍କୁ ଗିରଫ ବା କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।ଅପରାଧୀ ମାନେ ଖୋଲାରେ ବୁଲୁଥିବା କାରଣରୁ ପୀଡିତାର ପରିବାର ଲୋକଙ୍କୁ ଡରାଇ ଧମକାଇ ଆଇନଗତ ପଦକ୍ଷେପ ନେବାରୁ ନିବୃତ କରୁଛନ୍ତି।ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିନା ମଦ ଲାଇସେନ୍ସରେ ଆଇନ କାନୁନକୁ ଭାଙ୍ଗି ଅବୈଧ ମଦ ବ୍ୟବସାୟ ଶାସକ ଦଳର ବିଧାୟକ, ନେତାଙ୍କ ଛତ୍ରଛାୟା ତଳେ ଚାଲିବା ମହିଳା ଉତ୍ପୀଡନର ମୁଖ୍ୟ କାରଣ ସାଜିଛି।ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡ ବଦଳରେ ପୋଲିସର “ପରୀ”ଯାତ୍ରା ଶାସକ ଦଳକୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ବୋଲି ଜଣାପଡ଼ୁଛି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

ଏନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳାଙ୍କ ସମ୍ମିଳିତ ସ୍ୱର ଆହୁରି ଶାଣିତ ହେବ।ରାଜ୍ୟପାଳ, କେନ୍ଦ୍ର ଗୃହ ମନ୍ତ୍ରୀ, ରାଷ୍ଟ୍ରୀୟ ମହିଳା କମିଶନଙ୍କ ଶୀଘ୍ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

ଏହା ସହ ମହିଳା ସୁରକ୍ଷା ଯାତ୍ରା ଉପରେ କହିବାକୁ ଯାଇ ପ୍ରଭାତୀ କହିଛନ୍ତି ଯେ, ରାଜ୍ୟର ୭ଟି ଭିନ୍ନ ଭିନ୍ନ ରୁଟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା, ୩୬ଟି ସାଂଗଠନିକ ଜିଲ୍ଲାରେ ୨୭୩ଟି ପଦଯାତ୍ରା ଓ ରୋଡ ସୋ, ୨୧୩ଟି ପଥପ୍ରାନ୍ତ ସଭା ଓ ୧୫୫ଟି ବିରାଟ ମହିଳା ସାଧାରଣ ସଭା ଆୟୋଜିତ ହୋଇଛି।୮ହଜାର ୫ ଶହରୁ ଅଧିକ ମହିଳା କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ୧୦, ୫୪୬ କିମି ପଥ ଅତିକ୍ରମ କରି ୩ ଲକ୍ଷ ୬୦ ହଜାରରୁ ଅଧିକ ମହିଳାଙ୍କୁ ସିଧା ସିଧା ସମ୍ପର୍କ ସ୍ଥାପନ କରାଯାଇଛି।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏଥି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଭାତୀ ପରିଡ଼ାଙ୍କ ସମେତ ସଙ୍ଗୀତା ସିଂଦେଓ, ସୁରମା ପାଢ଼ୀ, ସୁକେସି ଓରାମ, ଡଃ: ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ଡା: ଐଶ୍ୱର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.