Home ଜିଲ୍ଲା ପରିକ୍ରମା ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟାକ୍ରମ,ଏସଏଚଜି ମହିଳା ଖୁଆଇଲେ ପିଠା,ନେତା ଓ ଅଧିକାରୀ ବଖାଣିଲେ...

ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟାକ୍ରମ,ଏସଏଚଜି ମହିଳା ଖୁଆଇଲେ ପିଠା,ନେତା ଓ ଅଧିକାରୀ ବଖାଣିଲେ ଉନ୍ନୟନର ବର୍ତା

78

ମାଲକାନଗିରି,୧୬ା୧୨(ଓଡିଆ ପୁଅ ) ସମଗ୍ର ମାଲକାନଗିରି ଜିଲ୍ଲାରେ ପିଠା କାର୍ଯ୍ୟକ୍ରମ ୧୫ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି,ଏହା ୨୦ତାରିଖରେ ଶେଷ ହେବ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସାତଟି ଯାକ ବ୍ଲକର ୧୬ଟି ସ୍ଥାନରେ ୧୧୧ଟି ପଚାଂୟତରେ ହେବ,ପ୍ରଥମ ପର୍ଯ୍ୟାରେ କାଲିମେଳା ବ୍ଲକର ୪ଟି ପଚାଂୟତ,ପଡିଆ,କୋରକୁଣ୍ଡା, ମାଲକାନଗିରି ବ୍ଲକର ଗୋଟିଏ ଲେଖା ପଚାଂୟତ ରେ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟ କ୍ରମରେ ଗ୍ରାମାଚଂଳ ମହିଳା ଓ ଏସଏଚଜି ମହିଳା ମାନେ ନେତା,ସରକାରି ଅଧିକାରୀ ମାନଙ୍କୁ ପିଠାଖୁଆଇ ଥିବା ବେଳେ ନେତା ଓ ଅଧିକାରୀ ମାନେ ବଖାଣିଥିଲେ ରାଜ୍ୟସରକାରଙ୍କ   ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ବାର୍ତା । ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ହାଇସ୍କୁଲ ପରିସରରେ ପିଠା ଯୋଜନାର ଶୁଭାରମ୍ଭ ହୋଇଛି,ବିଡିଓ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି,ସମ୍ମାନିତଅତିଥି ଭାବେ ବ୍ଲକଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ,ସହକାରି ଜିଲ୍ଲାପାଳ ଜଗଦୀଶ କାର୍ତାମୀ,ଜିଲ୍ଲାଶ୍ରମ ଅଧିକାରୀ ମଦନ ମୋହନ ପାଇକ,ଚାଲାଣଗୁଡା ସରପଚଂ ପୁସ୍ପାରାଣି ପଡିଆମି ପ୍ରମୁଖ ଅଧିକାରୀ ଓ ନେତା ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ ।ମୁଖ୍ୟତ ମଧୁବାବୁ ପେନ ସନ ଯୋଜନା,କଳାକାର ଭତା,ବାର୍ଦ୍ଦକ୍ୟଭତା,ଖାଦ୍ୟସୁରକ୍ଷା,ବିଜୁ ସ୍ୱାସ୍ଥ୍ୟକଲ୍ୟାଣ,ବିଜୁ ପକା ଗୃହ, ମେଧାବୃତି,ବିଜୁ ଯୁବସଶକ୍ତିକରଣ,କଳିଙ୍ଗ ଶିକ୍ଷା ସାଥୀ,ଗ୍ରାମୀଣ ବିଦ୍ୟୁତିକରଣ,ମିଶନ ଶକ୍ତି,ନିର୍ମାଣ ଶ୍ରମିକ ସହାୟତା,ଆମ ଏଲଇଡି,ଆଦି ସରାକରି ଯୋଜନା ସଂପର୍କରେ ମୁଖ୍ୟଅତିଥି ଶ୍ରୀ ମାଡକାମି କହିଥିଲେ । ଏହି ଅବସରରେ ବିଜୁ ପକାଗୃହ,ନିର୍ମାଣ ଶ୍ରମିକ ପକ୍କାଗୃହ,କଳାକାର ଭତା ପ୍ରଦାନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.