Home ଓଡ଼ିଶା ଆମ ଗାଁ ଆମ ବିକାଶ, ମାଲକାନଗିରି ବ୍ଲକରେ ୨୧୦ଟି ପ୍ରକଳ୍ପ ପାଇଁ ୩ କୋଟି ୨୫...

ଆମ ଗାଁ ଆମ ବିକାଶ, ମାଲକାନଗିରି ବ୍ଲକରେ ୨୧୦ଟି ପ୍ରକଳ୍ପ ପାଇଁ ୩ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁରୀ

283

ମାଲକାନଗିରି, ୪ା୧ (ଓଡିଆ ପୁଅ ) ମାଲକାନଗିରି ବ୍ଲକସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଜିଲ୍ଲା ସଦର ମହକୁମାସ୍ଥ ଡିଏନକେ ମଇଦାନ ଠାରେ ଆଜି ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ, ବିଜେଡି ନେତା କର୍ମୀ ଓ ମାଲକାନଗିରି ବ୍ଲକ ଅଞ୍ଚଳରୁ ଆସିଥିବା ଗ୍ରାମବାସୀଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାହୋଇ ହୋଇ ଥିଲେ। ମାଲକାନଗିରି ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ରେ ଥିବା ୧୨୩ଟି ଗ୍ରାମରେ ୨୧୦ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ୩ କୋଟି ୨୫ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ ଭିଡିଓ କନଫରେନ୍ସରେ ଘୋଷଣା କରିଥିଲେ। ଏହି ଉନ୍ନୟନ କାର୍ଯ୍ୟ ମଧ୍ୟରେ ମୁଖ୍ୟତଃ ଗ୍ରାମ ଗୁଡିକରେ ଗୋଷ୍ଠି କେନ୍ଦ୍ର, ମିଶନ ଶକ୍ତୀ ଗୃହ, ପୋଖରୀ ପୁନ୍ନଃ ଉଦ୍ଧାର ଓ ଗାଧୁଆ ତୁଠ ନିର୍ମାଣ ପ୍ରତି ଗୁରୁତ୍ୱ ଦିଆ ଯାଇ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକରାଯିବ। ମାଲକାନଗିରି ବ୍ଲକରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମାଞ୍ଚଳର ଗରିବ ଲୋକେ ସାମିଲ ହୋଇ ତାର ସୁଫଳ ନେବେ ଏହା ବ୍ୟତୀତ ଜିଲ୍ଲାକୁ ରାଜ୍ୟର ସବୁ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲା ଭାବେ ପ୍ରତିଷ୍ଟା କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ନିର୍ମାଣ ଶ୍ରମିକ ଯୋଜନାରେ ଗରିବ ଲୋକମାନଙ୍କୁ ସାମିଲ କରାଯିବା ପାଇଁ ଗୁରୁତ୍ୱ ଦିଆ ଯିବ ବୋଲି ବିଧାୟକ ମାନସ ମାଡକାମି ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରାୟ ୮ ହଜାର ରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରଷମାନେ ଯୋଗଦେଇଥିଲେ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ମାନସ ମାଡକାମି, ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପାଳ ମନୀଷ ଅଗ୍ରଓ୍ୟାଲ, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ମାଲକାନଗିରି ପଞ୍ଚାୟତ ସମତି ଗୋଷ୍ଠି ଉନ୍ନୟନ ଅଧିକାରୀ ଗୁଣନିଧି ନାୟକ, ଡିଆର ଡିଏ ଏପିଡି ମାନସ କୁମାର ମିଶ୍ର, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ବିଜେଡି ଦଳର ବରିଷ୍ଟ ନେତା ରମେଶ କୁମାର ପଟ୍ଟନାୟକ, ଶରତ ବୁରୁଦା, ବିଜେଡି ମହିଳା ସଭାନେତ୍ରୀ ପଦ୍ମିନୀ ମୁଦୁଲି, ଗୋପାଳ ପଣ୍ଡା, ପ୍ରିତିପାଲ ସିଂ, ଗଣେଶ ମଣ୍ଡଳ, ନିରୋଦ ମିସ୍ତ୍ରୀ, ଦହନା ଟାଙ୍ଗୁଲ, ବିଜୁ କୃଷକ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ବାନାର୍ଜୀ, ସରପଞ୍ଚ ପୁସ୍ପାରାଣି କବାସି, ଇର୍ମାପଡିଆମି ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାପରିଷଦ ସଭ୍ୟା ଦହନା ଟାଙ୍ଗୁଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀ ର ଜିଲ୍ଲା ସଂଯୋଜକ ବିନାଶ କୁମାର ମିଶ୍ର ଙ୍କ ସହିତ ଯୁବଗୋଷ୍ଟିମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.