Home ଜିଲ୍ଲା ପରିକ୍ରମା ଆମଗାଁ ଆମ ବିକାଶ ଭିଡିଓ କନଫରେନ୍ସ ରେ ସ୍ୱାଭିମାନ ଅଚଂଳ ପାଇଁ ୧୯୬ଟି ପ୍ରକଳ୍ପ ଘୋଷଣା...

ଆମଗାଁ ଆମ ବିକାଶ ଭିଡିଓ କନଫରେନ୍ସ ରେ ସ୍ୱାଭିମାନ ଅଚଂଳ ପାଇଁ ୧୯୬ଟି ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

116

ମାଲକାନଗିରି,୧୯ା୧୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ସ୍ୱାଭିମାନ ଅଚଂଳ ଚିତ୍ରକୋଣ୍ଡା ବ୍ଲକରେ ଆଜି ଆୟୋଜିତ ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସିଧାସଳଖ ଭାବେ ରାଜ୍ୟମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟନାୟକ ଚିତ୍ରକୋଣ୍ଡା ବ୍ଲକ ଅଚଂଳବାସୀ ଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ ।ଏହି ବ୍ଲକର ୧୮ ଗ୍ରାମପଚାଂୟତ ଓ ସ୍ୱାଭିମାନ ଅଚଂଳର ବିକାଶ ପାଇଁ ୪.୨୮ କୋଟି ଟଙ୍କା ବିନିଯୋଗରେ ୧୯୬ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଚିତ୍ରକୋଣ୍ଡା ବ୍ଲକରେ ଆୟୋଜିତ ଆମ ଗାଁ ଆମବିକାଶ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା,ମୁଖ୍ୟବକ୍ତା ଭାବେ ଜିଲ୍ଲାଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ଯୋଗଦେଇ  ରାଜ୍ୟସରକାର ତଥା ବିଜେଡି ଦଳର ଶାସନ କାଳରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟବଳି ସଂପର୍କରେ ଦୋହରାଇ ବଖାଣିବାସହିତ,ନବିନପଟନାୟକ ଙ୍କ ନିର୍ମଳ ଭାବମୂର୍ତୀର କଥା କହି ଥିଲେ । ଏହି ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ ମିଶ୍ର,ଚିତ୍ରକୋଣ୍ଡା ବିଡିଓ, ତହସିଲଦାର ଙ୍କ ସହିତ ଅନ୍ୟାନ ଅଧିକାରୀ ଓ ଲୋକପ୍ରତିନିଧି ମାନେ ଯୋଗଦେଇ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ।  ଚିତ୍ରକୋଣ୍ଡା ବ୍ଲକର ୧୮ଟି ଗ୍ରାମପଚାଂୟତ ରେ ୧୯୬ ଟି ବିଭିନ୍ନ ଉନ୍ନୟନପ୍ରକଳ୍ପ ପାଇଁ ୪କୋଟି ୨୮ଲକ୍ଷଟଙ୍କା  ଅନୁଦାନ ଯୋଗାଇ ଦିଆଯିବ ବୋଲିମୁଖ୍ୟମନ୍ତ୍ରୀ ଏହି  ଆମଗାଁ ଆମ ବିକାଶ ଭିଡିଓ କନଫରେନ୍ସ ରେ ଘୋଷଣାକରିଥିଲେ ।  ମାଲକାନଗିରି ଜିଲ୍ଲା ଓ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଚଂଳରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମାଚଂଳର ଗରିବ ଲୋକେ ସାମିଲହୋଇ ତାର ସୁଫଳ ପାଇପାରିବେ,ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ,ସାଧାରଣ ବଟଂନ ବ୍ୟବସ୍ଥା,ବାର୍ଦ୍ଦକ୍ୟ ଓ ବିଧାବ ଭତା, ପ୍ରଧାନମନ୍ତ୍ରୀ ଆବାସ,ବିଜୁପକାଘର, ନିର୍ମାଣଶ୍ରମିକ ଯୋଜନାରେ ଗରିବ ଲୋକମାନଙ୍କୁ ସମିଲ କରାଯିବା ପାଇଁ ଗୁରୁତ୍ୱ ଦିଆ ଯିବ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଅଚଂଳବାସୀଙ୍କୁ ସୁଚନାଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଚଂଳର ବିଭିନ୍ନ ଗ୍ରାମରୁ ହଜାର ହଜାର ସଂଖ୍ୟରେ ଆଦିବାସୀ ମହିଳା ଓ ପୁରଷ ମାନେ ଯୋଗଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.