Home କୋରାପୁଟ ଆଦିବାସୀ ସାହିତ୍ୟରେ ଲୋକକଥାକୁ ନେଇ ଆଲୋଚନା ଚକ୍ର ଉଦଯାପିତ

ଆଦିବାସୀ ସାହିତ୍ୟରେ ଲୋକକଥାକୁ ନେଇ ଆଲୋଚନା ଚକ୍ର ଉଦଯାପିତ

281

କୋରାପୁଟ ; ତା୧୦-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କେନ୍ଦ୍ରୀୟ ସାହିତ୍ୟ ଏକାଦେମୀ ଓ ନାଲକୋର ମିଳିତ ଆନୁକୁଲ୍ୟରେ ଦାମନଯୋଡିଠାରେ ଆୟୋଜିତ ୨ ଦିନିଆ ଆଦିବାସୀ ସାହିତ୍ୟରେ ଲୋକକଥାକୁ ନେଇ ହୋଇଥିବା ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି।ମହେନ୍ଦ୍ର କୁମାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ୨ ୟ ଅଧିବଶେନରେ ପ୍ରତିଧାରା ସାମଲ ଓ ରାଜେନ୍ଦ୍ର କୁମାର ପାଢୀ ଓଡିଆ ଭାଷାରେ ରହିଥିବା ଲୋକକଥାକୁ ନେଇ ଆଲୋକପାତ କରିଥିବା ବେଳେ ଟି.ଏମ .ବାର୍ରିଲ ନେପାଳ ଭାଷାରେ ରହିଥିବା ଲୋକକଥା ଉପରେ ଉପସ୍ଥାପନା କରିଥିଲେ।ସୁବାସ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୩ ୟ ଅଧିବେଶନରେ ଡି .ସ୍ୱରାଜିରୀ (ବଡୋ),  ଏଲ.ଏ.ସିଂ (ମଣିପୁର) ଓ ପି.ସି.ଦାସ (ମଣିପୁର) ଭାଷାରେ ରହିଥିବା ଲୋକକଥାକୁ ନେଇ ରହିଥିବା ପାଠ୍ୟ ଉପସ୍ଥାପନା କରିଥିଲେ।ଡ .ଜଗବନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୪ ର୍ଥ ଅଧିବେଶନରେ ବନୋଜ ତ୍ରୀପାଠୀ (ଓଡିଆ),  ନକୁ ହାସନ୍ତା(ସାନ୍ତାଲି) ଓ ପ୍ରସମୋନୀ ଦତ (ଆସାମୀଜ) ଭାଷାରେ ରହିଥିବା ଲୋକକଥାକୁ ନେଇ ପାଠ୍ୟ ଉପସ୍ଥାପନା କରିଥିଲେ।ଓଡିଶା ଉପଦେଷ୍ଟା ବୋର୍ଡର ସଭ୍ୟ ସୁଶାନ୍ତ ନାୟକ ଧନ୍ୟବାଦ ଅର୍ପନ କରିଥିଲେ।

ନେକଲ ସାହିତ୍ୟ ଏକାଦେମୀର ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ମୁରା ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ।ନାଲକୋ ଦାମନଯୋଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରବିଶଙ୍କର ଦାସ ଯୋଗଦେଇ ଆଦିବାସୀ ସଂସ୍କୃତିକୁ ନାଲକୋ ପ୍ରୋତ୍ସାହନ ଦେଉଥିବା ବେଳେ ଆଦିବାସୀ ପିଲାମାନଙ୍କ ଶିକ୍ଷା ନିମନ୍ତେ ସହାୟତା କରୁଥିବା ପ୍ରକାଶ କରିଥିଲେ।ସାହିତ୍ୟ କ୍ଷେତ୍ରରେ ବିଶିଷ୍ଠ ସାହିତ୍ୟିକମାନଙ୍କ ନିମନ୍ତେ କାଳିଦାସ ସମ୍ମାନରେ ସମ୍ମାନ୍ନିତ କରାଯାଇଥିବା ସେ ସୂଚନା ଦେଇଥିଲେ।କେନ୍ଦ୍ରୀୟ ସାହିତ୍ୟ ଏକାଦେମୀର ସଚିବ କେ.ଶ୍ରୀନିବାସ,  କøାରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା,  ଆସାମୀଜ ବୋର୍ଡ,  ସାହିତ୍ୟ ଏକାଦେମୀର ସଂଯୋଜକ ଧ୍ରୁବଜୈାତି ବୋରା ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ସାହିତ୍ୟ ଏକାଦେମୀ ପୂର୍ବାଂଚଳର ସଂଯୋଜକ ଦେବେନ୍ଦ୍ର କୁମାର ଦେଭେସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଥମ ଅଧିବେଶନରେ ବିଶିଷ୍ଠ ସାହିତ୍ୟିକ ଡ. ଗୈାରହରି ଦାସ (ଓଡିଆ) ଓ ଏମ.ପାଓ.ମିନାଲ ହାଓକିପ ମଣିପୁର ଭାଷାରେ ରହିଥିବା ଲୋକକଥାକୁ ନେଇ ପାଠ୍ୟ ଉପସ୍ଥାପନା କରିଥିଲେ।କୋରାପୁଟ ସାହିତ୍ୟ ପରିବାର ଓ ବର୍ଷା ସାହିତ୍ୟର କର୍ମକର୍ତାମାନେ ଯୋଗଦେଇ ୨ ଦିନିଆ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।ବିଶିଷ୍ଠ ସାହିତ୍ୟିକ ବିଜୟାନନ୍ଦ ସିଂ,  କୃଷ୍ଣ ସିଂ,  ଉମାକାନ୍ତ ଦାଶ,  ନାରାୟଣ ପଣ୍ଡା,  ଡ.ପ୍ରତିଧାରା ସାମଲ,  ଡ.ଜଗବନ୍ଧୁ ସାମଲ,  ରବି ଶତପଥି ପ୍ରମୁଖଙ୍କ ସହ ଅନେକ ସାହିତ୍ୟିକ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ।ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.