Home କୋରାପୁଟ ଆଦିବାସୀ ଅଂଚଳରେ ମାଛଚାଷ ଯୋଜନା ଶୁଭାରମ୍ଭ

ଆଦିବାସୀ ଅଂଚଳରେ ମାଛଚାଷ ଯୋଜନା ଶୁଭାରମ୍ଭ

373

କୋରାପୁଟ ;ତା୧୮-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଶାବର ଶ୍ରୀକ୍ଷେତ୍ର ସ୍ଥିତ ଆଦିବାସୀ ସଂଗ୍ରାହଳୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା ଆଦିବାସୀ ଅଂଚଳରେ ମାଛଚାଷ ସମ୍ପର୍କୀତ ଏକ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀଙ୍କ ପୌରହିତ୍ୟରେ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍) ଓ କେନ୍ଦ୍ରୀୟ ମିଠାଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଆଇଏଫଏ)ର ମିଳିତ କାର୍ଯ୍ୟକ୍ରମକୁ କୋରାପୁଟର ପୂର୍ବତନ ଜିଲାପାଳ ଗଦାଧର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଆଇସିଏଆର୍ ଓ ସିଆଇଏଫଏ ଦ୍ୱାରା ଦେଶର ଅନେକ ରାଜ୍ୟରେ ମାଛଚାଷ କରାଯାଇ ସଫଳତା ହାସଲ କରିବା ପରେ ଆଦିବାସୀ ବହପଳ କୋରାପୁଟ ଜିଲାରେ ଏହା କାର୍ଯ୍ୟକାରୀ କରା ଯିବାକୁ ନିଷ୍ପତି ହୋଇଥିବା ବିଭାଗୀୟ ଅଧିକାରୀମାନେ ମତ ପ୍ରକାଶ କରିଥିଲେ । କୋରାପୁଟ ଏକ ଆଦିବାସୀ ବହୁଳ ଜିଲା ହେଲେ ମଧ୍ୟ ଏଠାରେ ମାଛଚାଷ ନିମନ୍ତେ ପ୍ରଚୂର ସୁଯୋଗ ରହିଛି,ତେଣୁ ଲୋକଙ୍କୁ ନିଜ ଜମିରେ ପଖୋରୀ ଖୋଲି ମାଛ ଚାଷ କରିବାକୁ ପ୍ରସôାହୋନ ଦେଲେ ଯୋଜନା ସଫଳ ହେବ ବୋଲି ଆଲୋଚନା ହୋଇଥିଲା । କର୍ମଶାଳାରେ ନାବାର୍ଡ ଏଜିଏମ୍ ମୂରଲୀଧର ମିଶ୍ର,ଜିଲା ପ୍ରାଣୀ ଚିକିସôା ଅଧିକାରୀ ଡଃ.ସନ୍ତୋଷ କୁମାର ତ୍ରିପାଠି ,ଡ. କେ.ଆର.ମହାପାତ୍ର ବ,ଡ.ବି .ସି.ମହାପାତ୍ର ,ପି .କେ.ସାହୁ . ମସô ଉପନିଦେ୍ର୍ଦଶକ ସିମାଞଳ ବେହେରା ପ୍ରମୁଖ ଯୋଗ ଦେଇ ମାଛଚାଷିଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରତିଶୃତି ଦେଇଥିଲେ । ପ୍ରଗତିର ନିର୍ବାହି ନିଦେ୍ର୍ଦଶିକା ଡଃ.ଲୁନା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଗତିର କାର୍ଯ୍ୟକ୍ରମ ଅଧିକାରୀ ଡ.ଲୁନା ପଣ୍ଡା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.