Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

188

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ପୁଷ୍ଟିକର ସମାଜ” ଏହି ବିଶ୍ୱାସ ସହିତ ଆଦାନୀ ୱିଲମାର ପର୍ଚ୍ୟୁନ୍ ସୁପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ଟିହୀନତା ଏବଂ ରକ୍ତହୀନତା ବିରୁଦ୍ଧରେ ଏକ ମିଶନ୍ ଆରମ୍ଭ କରିଛି । ଏହି ପ୍ରକଳ୍ପଟିକୁ ଆଦାନୀ ଫାଉଣ୍ଡେସନ୍ ମାଧ୍ୟମରେ ସୁପୋଷଣ ସଙ୍ଗିନୀମାନଙ୍କ ଦ୍ୱାରା ପରିଚାଳନା କରାଯାଉଅଛି । ଆଦାନୀ ୱିଲମାର ସମର୍ôଥତ ଏହି ପ୍ରକଳ୍ପ ଶିଶୁ ବର୍ଷ(ଜନ୍ମରୁ ୫ବର୍ଷ), ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀ ବାଳିକାମାନଙ୍କ ପାଇଁ କାର୍ଯ୍ୟ କରିଥାଏ । ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଦାନୀ ଫାଉଣ୍ଡେସନ, ଧାମରା ପୋର୍ଟର ସିଏସଆର ଟିମ୍ ପକ୍ଷରୁ ଏହି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରିଛନ୍ତି । ପୋର୍ଟ ପାଶ୍ୱର୍ବର୍ତ୍ତୀ ୨୨ଟି ଗ୍ରାମପଞ୍ଚାୟତର ୯୦୦ରୁ ଉର୍ଦ୍ଧ୍ୱ କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ଏବଂ ବୟସ୍କ ମହିଳାମାନଙ୍କୁ ନେଇ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଥିଲା । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏବଂ ସରକାରୀ ଗାଇଡଲାଇନ୍ ପାଳନ କରି ଆଇସିଡିଏସ୍ ସୁପରଭାଇଜର, ଚାନ୍ଦବାଲି ଅଙ୍ଗନୱାଡି କର୍ମୀ, ପୁଷ୍ଟିକର ପରାମର୍ଶଦାତା, ଏନ୍‌ଆର୍‌ସି, ଭଦ୍ରକଙ୍କ ଭର୍ଚୁଆଲ୍ ଉପସ୍ଥିତିରେ ପର୍ଚ୍ୟୁନ୍ ସୁପୋଷଣ ସଙ୍ଗିନୀମାନଙ୍କ ଦ୍ୱାରା କାଉନସେଲିଂ, ପ୍ରଶିକ୍ଷଣ ଓ ସଚେତନତା ସୃଷ୍ଟି କରାଯାଇଥିଲା । ୨୨ ଗ୍ରାମ ପଞ୍ଚାୟତର ସବୁଠାରୁ ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ କିଶୋରୀ ବାଳିକା, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ଏବଂ ବୟସ୍କ ମହିଳାମାନଙ୍କୁ ସଚେତନ କରାଇବା ଏବଂ ପରାମର୍ଶ ଦେବା ଉଦ୍ଦେଶ୍ୟ ନେଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ନିୟୋଜିତ ହୋଇଛି । ଏକ ସୁସ୍ଥ ବିଶ୍ୱ ପାଇଁ ସ୍ତନ୍ୟପାନ କରାଇବା ବାର୍ତାର ପ୍ରଚାର ପ୍ରସାର ଦିଗରେ ଫର୍ଚ୍ୟୁନ ସୁପୋଷଣ ପ୍ରକଳ୍ପର ପରିଚାଳିକା “ସୁପୋଷଣ ସଙ୍ଗିନୀ” ମାନେ ହାତ ତିଆରି ପୋଷ୍ଟର ସହ ଗ୍ରାମରେ ପହଂଚି ସଚେତନତା କାର୍ଯ୍ୟକ୍ରମ, ସଙ୍ଗୀତ ପ୍ରତିଯୋଗିତାମାନ ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.