Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକଙ୍କ ପରଲୋକ; ସମସ୍ତଙ୍କର ଅତିପ୍ରିୟ ମଣିଷ ଯୋଗେଶ ସାର୍ ଆଉ ନାହାଁନ୍ତି

ଆଦର୍ଶ ଶିକ୍ଷକଙ୍କ ପରଲୋକ; ସମସ୍ତଙ୍କର ଅତିପ୍ରିୟ ମଣିଷ ଯୋଗେଶ ସାର୍ ଆଉ ନାହାଁନ୍ତି

37

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ପୀରହାଟ ଅଞ୍ଚଳ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଗତ ୧୭ ତାରିଖରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ କର୍ତ୍ତବ୍ୟ ପରାୟଣ ଓ ସମୟାନୁବର୍ତ୍ତୀ ଶିକ୍ଷକ ଥିଲେ। ଏପରିକି ଚାକିରି କାଳ ମଧ୍ୟରେ ବର୍ଷକ ମଧ୍ୟରେ ନିର ମାତୃଶ୍ରାଦ୍ଧ ବ୍ୟତୀତ ଅନ୍ୟ କୌଣସି ଦିନ ବ୍ୟକ୍ତିଗତ ଛୁଟି ନେବାର ନଜିର ନାର୍ହି। ତାଙ୍କର ବହୁ ଛାତ୍ର ଆଜି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଅଛନ୍ତି। ଯୁବାବସ୍ଥାରୁ ସେ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର କନ୍ୟା ସ୍ନେହଲତା, ସୁକାନ୍ତି, ସୁଜାତା ତଥା ଜାମାତା ଆଡ୍‌ଭୋକେଟ ଦେବେନ୍ଦ୍ର କୁମାର ପଣ୍ଡା, ସଞ୍ଜିବ ସେନାପତି, ବିବେକାନନ୍ଦ ପାଣିଗ୍ରାହି ତଥା ପୁତ୍ରବଧୂ ମିନାକ୍ଷି, ନାତି, ନାତୁଣୀ, କନଷ୍ଠ ଭ୍ରାତା ସୁବାସ ଚନ୍ଦ୍ର ପାଣିଗ୍ରାହ. ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ତାଙ୍କର ଏକମାତ୍ର ପୁତ୍ର ସତ୍ରବ୍ରତ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ପାଣିଗ୍ରାହୀ ବିଶିଷ୍ଟ ସମାଜସେବୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପରମାନନ୍ଦ ପାଣିଗ୍ରାହୀଙ୍କ ସୁପୁତ୍ର ଥିଲେ। ପ୍ରକାଶ ଥାଉକି ଗତମାସ ତାଙ୍କର ପୁତରା ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଥିଲା। ଯୋଗେଶ ସାର୍‌ଙ୍କର ପରଲୋକ ଖବର ପାଇ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବୀରକିଶୋର ମିଶ୍ର, ପୂର୍ବତନ କାଉନସିଲର ଅମୂଲ୍ୟ ଯେନା, ଭଦ୍ରକ ଓକିଲ ସଂଘର ପ୍ରାକ୍ତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ସୂଚନା ଅଧିକାର କର୍ମୀ ସୁଶାନ୍ତ ନାୟକ, ବିକଳାଙ୍ଗ ମଞ୍ଚ ଜିଲ୍ଲା ସଭାପତି ପବିତ୍ର ଜେନା, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ପ୍ରଦିପ ସେନାପତି, ଉତ୍କଳ ବିକାଶ ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଇଂ ଗୌରାଙ୍ଗ ଚରଣ ମିଶ୍ର, ନିଳାଚଳ ଇସ୍ପାତ ନିଗମର ପ୍ଲାଣ୍ଟ ନିୟନ୍ତ୍ରକ ଇଂ ବିପିନ ବିହାରୀ ପଣ୍ଡା ପ୍ରମୁଖ ଶୋକବର୍ତ୍ତା ପଠାଇଥିବା ବେଳେ ତାଙ୍କର ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.