Home କଳାହାଣ୍ଡି ଆଠ କୋଟୀରୁ ଉଦ୍ଧ୍ୱର୍ ରୟାଲଟି ଠକେଇ କରି ଜିଭିଆର କମ୍ପାନୀ ଛୁ ,ଜୁନାଗଡ ତହସିଲ ନୀରବଦ୍ରଷ୍ଟା

ଆଠ କୋଟୀରୁ ଉଦ୍ଧ୍ୱର୍ ରୟାଲଟି ଠକେଇ କରି ଜିଭିଆର କମ୍ପାନୀ ଛୁ ,ଜୁନାଗଡ ତହସିଲ ନୀରବଦ୍ରଷ୍ଟା

176

କଳାହାଣ୍ଡି- ୧୨.୧୧.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ତହସିଲ ଅନ୍ତର୍ଗତ କଲୋପଲାସ୍ଥିତ ଏକ ବିଶାଳ ପଥର ଡୁଙ୍ଗୁରୀକୁ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଏକ ଅଣଓଡିଆ କମ୍ପାନୀ ପଥର ପାଇଁ ଲିଜ ନେଇ ପୌଖରୀ କରିଦେଇ ଛୁ ମାରିଥିବା ଜଣାପଡିଛି । ଏପରିକି କମ ପରିମାଣ ପଥର ଉଠାଣ କରିବା ପାଇଁ ଜୁନାଗଡ ତହସିଲ ପକ୍ଷରୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଜିଭିଆର କମ୍ପାନୀ କୁ ଲିଜ ଦିଆଯାଇଥିବା ବେଳେ ମାତ୍ରାଧିକ ପରିମାଣରେ ପଥର ଖୋଦେଇ କରି ଆଠ କୋଟୀ ୩୯ ଲକ୍ଷ ୩୧ହଜାର ଟଙ୍କା ରୟଲଟି ନଦେଇ ଲିଜ ଧାରୀ ଜିଭିଆର କମ୍ପାନୀ ଛୁ ମାରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ,କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ ଜୁନାଗଡ ମଧ୍ୟ ଦେଇ କୋକସରା ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ ର ଉନ୍ନତିସାଧନ କରିବା ପାଇଁ ଜିଭୀଆର କମ୍ପାନୀ ନାମକ ଠିକା ସଂସ୍ଥାକୁ ଦିଆଯାଇଥିଲା । ଏହି କମ୍ପାନୀ ନିଜସ୍ୱ ପଥର କ୍ରସର କାଲୋପଲା ଠାରେ ସ୍ଥାପନ କରି ୁ ଖାତା ନଂ-୯ ପ୍ଲଟ ନଂ.୧୪୫୨ ଓ ୧୩୫୧ ରେ ଥିବା ଡଙ୍ଗରୀର ରୟାଲଟୀ ପରମିଟ ଇସୁ୍ୟ ମାଧ୍ୟମରେ ୧୯୦୦୦ କୁ୍ୟମିକ ପଥର ବୋଲଡର ଉଠାଣ କରିବା ପାଇଁ ଜୁନାଗଡ ତହସିଲରୁ ଅନୁମତି ପାଇଥିଲା । ଏହି ଡଙ୍ଗରୀ ଚାରିପାଶ୍ୱର୍ରେ ଅସଂଖ୍ୟ ଗଛ ଲଗାଯାଇଥିବା ହେତୁ ତାହାର ରକ୍ଷଣା ବେକ୍ଷଣ ପାଇଁ ସ୍ଥାନୀୟ ଗ୍ରାମବାସୀ ନିର୍ଦ୍ଧାରିତ ଗ୍ରାମସଭା ମାଧ୍ୟମରେ ଏନେଇ କଡା କଡି ବିରୋଧ କରିଥିଲେ । ଏପରିକି ଉକ୍ତ ଡଙ୍ଗରୀକୁ କାହାକୁ ନଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲା ପ୍ରଶାସନ ତଥା ଉଚ୍ଚ କର୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଜୁନାଗଡ ତହସିଲ ପକ୍ଷରୁ ଜିଭିଆର କମ୍ପାନୀ କୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିବା ବେଳେ ପଥର ଉଠାଣ ନେଇ କୌଣସି ପ୍ରକାର ନିୟନ୍ତ୍ରଣ ନଥିବା ଏବେ ସାମନାକୁ ଆସିଛି ।
ଏସଂପର୍କରେ କାଲୋପଲା ସମିତି ସଭ୍ୟ ସତ୍ୟନାରାୟଣ ବେହେରା ଲିଖିତ ଭାବେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାନ୍ୟବର ଉଚ୍ଚ ଅଦାଲତ ରେ ମାମଲା ଦାଏର କରିଥିବା ଜଣାପଡିିଛି । ଇତି ମଧ୍ୟରେ ଧର୍ମଗଡ ଉପଜିଲ୍ଲାପାଳ ସରଜମିନ ତଦନ୍ତ କରି ରିପୋର୍ଟ ଦେବା ପରେ ଜିଲ୍ଲାପାଳଙ୍କ ତରଫରୁ ପତ୍ରାଙ୍କ ୧୮୯/ତା.୧୫.୦୯.୨୦୧୭ ରେ ଜଣାଇବା ପରେ ଜୁନାଗଡ ତହସିଲ ପକ୍ଷରୁ ପତ୍ରାଙ୍କ ୩୫୯୩/୨୧.୧୦.୨୦୧୭ ମାଧ୍ୟମରେ ଜିଭିଆର କମ୍ପାନୀକୁ ଉପରୋକ୍ତ ବକେୟା ରୟାଲଟୀ ଟଙ୍କା ତୁରନ୍ତ ପଇଠ କରିବାକୁ ନିଦେ୍ର୍ଦଶ କରିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ବିରୋଧ ସତ୍ୱେ ଜିଭିଆର କମ୍ପାନୀ ଏକ ଡୁଙ୍ଗୁରୀକୁ ବିଭିନ୍ନ ପ୍ରକାର ବିସ୍ଫୋରଣ ଦ୍ୱାରା ପୋଖରୀ ରେ ପରିଣତ କରିଦେଇଥିବା ବେଳେ ଜୁନାଗଡ ତହସିଲ ଅଫିସ କେବଳ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲୋଚନା ହେଉଛି । ସାଧାରଣ ପ୍ରଜାଙ୍କୁ କଠୋର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଜିଭିଆର କମ୍ପାନୀ ଭଲି ଲିଜଧାରୀଙ୍କ ପ୍ରତି ଏତେ ଉଦାସୀନତା କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.