Home ଓଡ଼ିଶା ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା

230

ଭୁବନେଶ୍ଵର,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଦଶହରା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ଆଉ ଭକ୍ତଙ୍କ ମନରେ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଉତ୍ସାହ । କାହିଁ କେଉଁ ଆଡୁ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଧାଇଁ ଆସୁଛନ୍ତି । ଏହାରି ଭିତରେ ଆଜି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ପୂଜା ମଣ୍ଡପକୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି । ଏହାସହ  ଆଖି ଝଲସାଇ ଦେଉଥିବା ଭଳି ଆଲୋକ ମାଳାରେ ସଜା ହୋଇଛି ସାରା ଓଡ଼ିଶାର ପୂଜା ପେଣ୍ଡାଲ । ରାଜଧାନୀଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ମାଆଙ୍କ ଆଗମନକୁ ନେଇ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ସେପଟେ ପୀଠରେ ଆଜି ମାଆଙ୍କ ନବମୀ ପୂଜା । ଶନିବାର ରାଜ୍ୟର ସମସ୍ତ ଶକ୍ତିପୀଠରେ ଜଗତଜନନୀଙ୍କ ମହାଷ୍ଟମୀ ପୂଜା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.