Home ଜିଲ୍ଲା ପରିକ୍ରମା ଆଗାମି ନିର୍ବାଚନ ପାଇଁ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ

ଆଗାମି ନିର୍ବାଚନ ପାଇଁ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ

128

ମାଲକାନଗିରି,୩ା୧୧ (ଓଡିଆ ପୁଅ ) ଆଗାମି ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲାସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ପିସିସି କାର୍ଯ୍ୟକାରି ସଭାପତି ପୁର୍ବତନ ସାଂସଦ ପ୍ରଦୀପ ମାଝୀ,ସମ୍ମାନିତ ଅତିଥି ଭାବେ ପିସିସି ସାଧାରଣ ସଂପାଦକ ହିମାଂଶୁ ଲିମା, ସଂପାଦକ ଟୁନା ମହାପାତ୍ର,ପ୍ରଦିପ ମାଝୀ,ଯୋଗଦେଇ ଜିଲ୍ଲାରେ ଥିବା ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ବିଧାନସଭା ଚଳିତ ନିର୍ବାଚନରେ ଯେପରି କଂଗ୍ରେସ ଦଳ ହାତେଇବ ସେନେଇ ଗରୁତ୍ୱପୂର୍ଣ୍ଣ ଆଲୋଚନା କରି କଂଗ୍ରେସଦଳକୁ ମଜଭୁତ କରି ଜିଲ୍ଲାଠାରୁ ଆରମ୍ଭକରି ବ୍ଲକ,ପଚାଂୟତ ଓ ଗ୍ରାମାଚଂଳରେ କଂଗ୍ରେସ କର୍ମୀ ମାନେ ପହଁଚି ଗ୍ରାମବାସୀ ମାନଙ୍କ ସମସ୍ୟା ପ୍ରତିଗୁରୁତ୍ୱ ଦେବାସହିତ ସାଙ୍ଗଠାନିକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରି ସଭାପତି ରାମପଟନାୟକ, ମାଲା ମାଢି, ବିଶ୍ମୟମାହାପାତ୍ର, ଲକ୍ଷ୍ମିପ୍ରୀୟା ନାୟକ,ଭୀମାବାରସା ,ଉଙ୍ଗାପଡିଆମି, କମଳାବରାଳ, ପେଣ୍ଡ୍ରା ପଣ୍ଡା,ପର୍ଶୁରାମ ଭକ୍ତ,କେଶୁ ରାଓ,ପ୍ରଭାକରପାଳ, ପ୍ରାନ ମଣ୍ଡଳ, ପ୍ରମୁଖ ନେତା ଓ ଶତାଧିକ କର୍ମୀ ମାନେ ଯୋଗଦେଇ ଆଗାମି ନିର୍ବାଚନ ରେ ଯେପରି ଜିଲ୍ଲାର ଦୁଇଟି ଯାକ ଆସନ କଂଗ୍ରେସ ହାତକୁ ଆସିବ ସେନେଇ ଆଲୋଚନା କରିବାସହିତ ସପଥ ନେଇଥିଲେ । ଏହି ଅବସରେ କିଛି ବିଜେଡି, ଭାଜପା କର୍ମୀ ଓ ୫୦୦ରୁ ଉର୍ଦ୍ଦ ବଙ୍ଗୀୟ ଯୁବକମାନେ କଂଗ୍ରେସ ଦଳରେ ଯୋଗଦେଇଥିଲେ । ଆଗାମି ନେନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାର ସବୁରାଜନୈତିକ ଦଳ ବିଧାୟକ ପଦବି ପାଇଁ ପ୍ରାର୍ଥୀ ଚୟନରେ ଲାଗିପଡିଛିନ୍ତି । ଆଗାମୀ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ର ନେତା ଓ କର୍ମୀ ମାନେ  ଚଳ ଚଚଂଳ ହୋଇଉଠିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.