Home ଓଡ଼ିଶା ଆଖି ମରା ଭିଡିଓରେ ଯୋଡ଼ି ହେଲେ ରାହୁଲ, ନବୀନ

ଆଖି ମରା ଭିଡିଓରେ ଯୋଡ଼ି ହେଲେ ରାହୁଲ, ନବୀନ

166

ଭୁବନେଶ୍ୱର;୧୩,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ସୋସିଆଲ ମିଡିଆରେ ଏବେ ଜଣେ ଯୁବତୀଙ୍କ ଆଖି ମରା ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓ କ୍ଲିପଟିରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଚାହିଁ ନିଜ ଆଇବ୍ରୋକୁ ଖୁବ୍ ସୁନ୍ଦର ଢଙ୍ଗରେ ନଚାଉଛନ୍ତି।ଏହାପରେ ଯୁବତୀ ଜଣଙ୍କ ମଧ୍ୟ ସମ ଢଙ୍ଗରେ ନିଜ ଆଇବ୍ରୋକୁ ନଚେଇବା ସହ ଆଖି ମାରୁଛନ୍ତି।ଏହା ପରେ ଯୁବକ ଜଣଙ୍କ ଲାଜେଇ ମୁହଁ ତଳକୁ କରି ଦେଉଛନ୍ତି।ଏହି ଭିଡିଓ ଟି ଇଣ୍ଟରନେଟରେ ୟୁ ଟିଉବ,ଫେସବୁକ୍,ୱ୍ୱଟ୍ସଆପ ଆଦିରେ ଖୁବ୍ ଭାଇରାଲ ହେଉଛି ଏବଂ ଆଖି ମାରି ସଂପୃକ୍ତ ଯୁବତୀ ପ୍ରିୟା ଖୁବ୍ ଚର୍ଚ୍ଚିତ ହୋଇ ଯାଇଛନ୍ତି। ଯୁବତୀ ଜଣଙ୍କ ହେଲେ ୧୮ ବର୍ଷ ବୟସ୍କା ପ୍ରିୟା ପ୍ରକାଶ ୱାରିୟର। ଘର କେରଳର ତ୍ରିଶୂଳ ଅଞ୍ଚଳରେ।

ବାସ୍ତବରେ ଭିଡିଓ କ୍ଲିପଟି ମାର୍ଚ୍ଚ ୩ ତାରିଖରେ ରିଳିଜ୍ ହେବାକୁ ଥିବା ଏକ ମାଲାୟାଲାମ୍ ଫିଲ୍ମର ଅଂଶ ବିଶେଷ।ଫିଲ୍ମଟିର ପ୍ରମୋସନ ସମୟରେ ଭିଡିଓଟି ରିଳିଜ୍ ହୋଇ ଭାଇରାଲ ହୋଇ ଯାଇଛି।

ତେବେ,ଏ ଭିଡିଓ କ୍ଲିପଟିରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ି ହୋଇ ଯାଇଛନ୍ତି। କେହି ଭିଡିଓଟିକୁ କାଟ ଛାଟ କରି ଏଡିଟ କରି ଗୋଟିକରେ ନବୀନଙ୍କୁ ଏବଂ ଅନ୍ୟଟିରେ ରାହୁଲ ଗାନ୍ଧୀଙ୍କୁ ଯୋଡ଼ି ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଭିଡିଓ କ୍ଲିପ ଠାରୁ ନବୀନଙ୍କ ଭିଡିଓଟିକୁ ଅଧିକ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ସମେତ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଏ ପଲ୍ଟିକ୍ସ-ମିକ୍ସ ଭିଡିଓଟି ମଧ୍ୟ ଭାଇରାଲ ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.