Home ମାଲକାନଗିରି ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ମାଲକାନଗିରି ଜିଲ୍ଲାବାସୀ ଭିନ୍ନଶୈଳିରେ ପାଳିଲେ ହୋଲି ଉତ୍ସବ

ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ମାଲକାନଗିରି ଜିଲ୍ଲାବାସୀ ଭିନ୍ନଶୈଳିରେ ପାଳିଲେ ହୋଲି ଉତ୍ସବ

651

ମାଲକାନଗିରି,୨୨ା୩  (ଓଡିଆ ପୁଅ)  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି,ଜାତି,ବର୍ଣ୍ଣ ,ଧର୍ମ, ବଡ ସାନ ଭେଦ ଭାବ ବିଚାର ନିର୍ବିଶେଷରେ ସମସ୍ତେ ନିଜ ନିଜ ମଧ୍ୟରେ ଅଭିର ରଙ୍ଗ ବୋଳାବୋଳି ହୋଇ ନାଚଗୀତ ମାଧ୍ୟରେ ପାଳିଛନ୍ତି ଏହି ମହାନ ଗଣ ପର୍ବ ହୋଲି ଉତ୍ସବ । ଅସତ୍ୟ ଉପରେ ସତ୍ୟର ବିଜୟ,ଅନ୍ୟାୟ ଉପରେ ନ୍ୟାୟର ରାଜୁତି ପାପକୁ ଦୂରେଇ ପୂଣ୍ୟକୁ ଆପଣେଇ ବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ଓ ସହରବାସୀ ଭିନ୍ନଶୈଳିରେ ପାଳିଛନ୍ତି ହୋଲି ଉତ୍ସବ । ବିଶେଷ କରି ଆଜି ସକାଳେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରେ  ପବିତ୍ର ହୋଲି ଉତ୍ସବ ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସହରବାସୀ ଙ୍କ ସହିତ ହୋଲି ଉତ୍ସବ ମନାଇଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରି କର୍ମଚାରୀ,ଓ ସହରବାସୀ ମାନେ ଆଡମ୍ବର ସହକାରେ ବାଦ୍ୟ ଓ ନୃତ୍ୟ ର ତାଳେ ହୋଲି ଉତ୍ସବକୁ ପାଳନ କରିଛନ୍ତି । ଏହି ଅବସରରେ ରାସାୟନିକ ରଙ୍ଗର କୁ ପ୍ରଭାବ ଓ ତାର ପରିଣତି ସଂପର୍କରେ ଏକ ଜନ ସେଚତନାତାର ବାର୍ତା କୁ ଜୈବିକ,ହର୍ବାଲ ରଙ୍ଗ ଅଭିରରେ ସଜାଇ ଯାଇଥିଲା । ନାଲି, ନେଳି, ବଇିଗଣି, ସବୁଜ,ହଳଦିଆ ସାତ ପ୍ରକାର ଅଭିର ରଙ୍ଗ ଧରି ନିରକ୍ଷରତାର ଅଜ୍ଞାନ ଅନ୍ଧାରକୁ ସାମନାକରି ଆଲୋକର ବର୍ତିକା ଦେଖାଇ ସମସ୍ଥଙ୍କ ମଧ୍ୟରେ ସାକ୍ଷରତା ,ଆତ୍ମବିଶ୍ୱାସ,ଶାନ୍ତୀ,ମୈତ୍ରୀ ଓ ଭାଇଚାରା ର ବାର୍ତା ଥିଲା,କେମିକାଲ ରଙ୍ଗ,ଚାଇନା  ନିର୍ମିତ ପିଚକାର ବର୍ଜନ କରି  କେବଳ ଦେଶିୟ,ଜୈବିକ,ହର୍ବାଲ ରଙ୍ଗ ଓ ଅଭିରରେ ନିଜ ନିଜ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସମସ୍ତେ ହୋଲି ଖେଳିଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସମସ୍ତଙ୍କୁ ମିଷ୍ଟାନ ବଟଂନ କରି ହୋଲିଉତ୍ସବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି  ହୋଲି ଉତ୍ସବରେ  ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଏଫଓ ପ୍ରଦୀପ ମିରସେ,ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଜିଲ୍ଲାମଙ୍ଗଳ ଅଧିକାରି  ପ୍ରଦିପ୍ତକୁମାର ପଣ୍ଡା,ଡିଆରଡିଏ ଅତିରିକ୍ତପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ମାଲକାନଗିରି ତହସିଲଦାର ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ,ସାହିତ୍ୟଏକାଡେମୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ, ସହକାରି ଜିଲ୍ଲାପାଳ ଶଶାଙ୍କ ସେଖର ମିଶ୍ର,ସହକାରି ଜିଲ୍ଲାପାଳ ରାମପ୍ରସାଦ ନାୟକ,ସହକାରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, କୁଡୁମୁଲୁଗୁମ୍ମା ତହସିଲଦାର ବିଜୟକୁମାର ମାଣ୍ଡାଙ୍ଗି.ଖଇରପୁଟ ତହସିଲଦାର ଅଶ୍ବନୀକୁମାର ମହାପାତ୍ର,ଏପିଡି ବାଲାଜି ପଟନାୟକ,ଦେବପ୍ରସାଦ ପଣ୍ଡା,ସହକାରି ଜିଲ୍ଲାପାଳ ଜଗଦିଶ କାର୍ତାମି,ପୁର୍ତଗୃହ ନିର୍ମାଣ ନିର୍ବାହି ଯନ୍ତ୍ରୀ ଇଂ.ଅରୁଣକୁମାର ସାହୁ, ଜିଲ୍ଲାଶ୍ରମ ଅଧିକାରୀ ମଦନ ମୋହାନ ପାଇକ,ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି,ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁ,ସାମ୍ବାଦିକ,ବୁଦ୍ଧିଜିବୀ, ବରିଷ୍ଟନାଗରିକ ଜିଲ୍ଲାସ୍ତରୀୟ ଅଧିକାରି ଓ ସହରର ବିଶିଷ୍ଟବ୍ୟକ୍ତି ବିଶେଷ ମାନେ ଅପସ୍ଥିତ ରହି ହୋଲି ଉତ୍ସବ ମନାଇ ସଙ୍ଗୀତ ର ତାଳେ ତାଳେ ହାତ ଧରା ଧରି ହୋଇ ନୃତ୍ୟକରିଥିଲେ । ଠିକ ସେହି ପରି ଏସପି ଙ୍କ କାର୍ଯ୍ୟାଳୟ ପରିସରରେ ପବିତ୍ର ହୋଲି ଉତ୍ସବ ଅବସରରେ ଏସପି ଜଗମୋହନମୀନା ଜିଲ୍ଲାସ୍ତରୀୟ ଅଧିକାରୀ,ସରକାରି କର୍ମଚାରି,ସାମ୍ବାଦିକ,ବୁଦ୍ଧିଜିବୀ, ବରିଷ୍ଟନାଗରିକ ଓ ସହରବାସିଙ୍କ ସହିତ ହୋଲିଖେଳି ସମସ୍ଥଙ୍କୁ ପବିତ୍ର ହୋଲିପର୍ବ ର ବଧାଇ ଜଣାଇ ମିଷ୍ଟାନ ବଟଂନ କରିଥିଲେ । ଅନୁରୁପ ମାଲକାନଗିରି ଠାରେ ଥିବା   ଗୁରପ୍ରୀୟା, ସପ୍ତଧାରା, ସିଲେରୁ,ସହିଦ ଲକ୍ଷ୍ମଣନାୟକ, ମାଲ୍ୟବନ୍ତ ,ନବପ୍ରଭାତ ଛାତ୍ର ବାସର ପ୍ରାୟ ୬୦୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ମାନେ  ନିଜକୁ କେବେ ବି ଅନାଥ କି ଗରିବ ବୋଲି ନ ଭାବି ଜିଲ୍ଲାସ୍ତରୀୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆନନ୍ଦରେ ହୋଲିଖେଳର ମଜାନେଇଥିଲେ । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନେ ଭଜନ ଓ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିବା ସହିତ ବିଭିନ୍ନ ସାସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜିଲ୍ଲା ମହାଶ୍ୱରୀ ଯୁବସଙ୍ଗଠନ ର ସଭାପତି ବିନୋଦ ଟାଉରୀ ଙ୍କ ନେତୃତ୍ୱରେ ଶତାଧିକ ମାରୁଓ୍ୟାଡ ସଂପ୍ରଦାୟ ଓ ମାହଶ୍ୱରୀ ଯୁବସଂଗଠନର ଯୁବକ, ଯୁବତୀ ଓ ମହିଳା ପରୁଷ ମାନେ ଆନନ୍ଦ ଉଲାସର ସହିତ ହରବାର୍ଲ ଅଭିର ରେ ହୋଲି ଖେଳି ସନ୍ଧ୍ୟାରେ ମିଛ ଉପରେ ସତ୍ୟର ଜୟ ପ୍ରତିକ ହୋଲିକା ଓ ପାକିସ୍ଥାନର ଆତଙ୍କବାଦି ଙ୍କ କୁଶପୁତଳିକା ପୋଡି ଦାହ କରି ଉତ୍ସବ ମନାଇଥିଲେ । ବିଭିନ୍ନ ମନ୍ଦିରରେ ହୋଲିପର୍ବ  ଅବସର ରେ ନାମ ଶଙ୍କିର୍ତନ ସହିତ ଦରିଦ୍ରନାରାୟଣ ସେବା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ପୋଟେରୁ ପବିତ୍ର ନଦୀକୂଳରେ ଥିବା ହରିଚାନ୍ଦ ଗରୁଚାନ୍ଦ,ନରନରାୟଣ ଆଶ୍ରମ ପରିସରରେ ଗତ ତନିଦିନ ଧରି ଆଡମ୍ବର ସହକାରେ ବଙ୍ଗୀୟ ସଂପ୍ରଦାୟଙ୍କ ସହିତ ଅନ୍ୟାନ ସଂପ୍ରଦାୟ ମାନଙ୍କ ମଧ୍ୟରେ ହୋଲିପର୍ବ ପାଳିତ ହୋଇ ଯାଇଛି । ଏହି ହୋଲି ଉତ୍ସବରେ ଓଡିଶା,ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା,ଛତିଶଗଡ ରାଜ୍ୟ ତଥା ବାଙ୍ଗଲାଦେଶ ରୁ ଲକ୍ଷ୍ୟାଧିକ ଭକ୍ତମାନଙ୍କ ସମାଗମ ହୋଇଥିଲା । ଆଶ୍ରମ ପକ୍ଷରୁ ସମସ୍ଥ ଭକ୍ତ ମାନଙ୍କତ ପାଇଁ ତିନିଦିନ ଧରି ଅର୍ନପ୍ରସାଦ ସହ ରାତ୍ରରହଣିର ବ୍ୟବସ୍ଥାକରାଯାଇଥିଲା । ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ମିନାବଜାର ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଭକ୍ତ ଓ ଦର୍ଶକମାନେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.