Home କୋରାପୁଟ ଅର୍ଥ ନ ଥିବାରୁ କାଶୀପୁରର ଜଣେ ଗୁରୁତର ନାବାଳିକାକୁ କୋରାପୁଟରୁ ବାପା ଗାଁକୁ ନେଇଗଲେ

ଅର୍ଥ ନ ଥିବାରୁ କାଶୀପୁରର ଜଣେ ଗୁରୁତର ନାବାଳିକାକୁ କୋରାପୁଟରୁ ବାପା ଗାଁକୁ ନେଇଗଲେ

102

କୋରାପୁଟ ; ତା୧୩-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଅର୍ଥ ନ ଥିବାରୁ କାଶିପୁରର ଜଣେ ଗୁରୁତର ନାବାଳିକାକୁ ତାର ବାପା ନିଜ ଗାଁକୁ କୋରାପୁଟରୁ ନେଇଯାଇଥିବା ଅଭିଯୋଗ ଆସିଛି।କାଶିପୁର ବଣ୍ଡାହାମ୍ମଡି ଗ୍ରାମର କେ .ମାଝିଙ୍କ ୮ ବର୍ଷର ନାବାଳିକା କନ୍ୟା ଦେବୀ ମାଝି ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା।ସେଠାରେ ରୋଗ ଭଲ ନ ହେବାରୁ ରାୟଗଡା ଡାକ୍ତରଖାନାରୁ ୯ ତାରିଖରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଶିଶୁ ବିଭାଗର ୨୨ ନମ୍ବର ଶଯ୍ୟାରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲା।ଏଠାରେ ୪ ଦିନ ହେବ ଚିକିତ୍ସା କରାଯାଉଥିଲେ ସୁଦ୍ଧା ନାବାଳିକାର ଜ୍ୱର କମି ନ ଥିଲା।ଏପଟେ ବାପା ଆଣିଥିବା ଅର୍ଥ ଶେଷ ହୋଇଯିବାରୁ ସାଥିରେ ଆସିଥିବା ୪ ଜଣ ସଂପର୍କିୟ କିପରି ଖାଇବେ ବୋଲି ଭାବି ଆଜି ସକାଳ ୫ ଘ. ୩୦ ମିନିଟ ସମୟରେ କୋରାପୁଟ ହସପିଟାଲ ଛାଡି ରେଲବାଇ ଷ୍ଟେସନକୁ ଯାଇଥିଲେ।ସେଠାରେ ସୁହୃଦୟ ବ୍ୟକ୍ତିମାନେ ଘଟଣାରେ ସଂପର୍କରେ ପଚରାଉଚୁରା କରିଥିଲେ ଓ ୪୦୦ ଟଙ୍କା ଆଦାୟ କରିଥିଲେ।ଆଦାୟ ଅର୍ଥ ନେଇ କୋରାପୁଟ ମେଡିକାଲରେ ନାବାଳିକାକୁ ଭର୍ତି କରିବାକୁ ରେଳବାଇରେ ଥିବା ବ୍ୟକ୍ତିବିଶେଷ କହିଥିବା ସତ୍ୱେ ନାବାଳିକାର ବାପା ସମଲେଶ୍ୱର ଟ୍ରେନରେ ଚଢି ନିଜ ଗ୍ରାମକୁ ଚାଲି ଯାଇଥିଲେ। ଏ ସଂପର୍କରେ କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଓ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କୁ ଅବଗତ କରାଯାଇଥିଲା କିନ୍ତୁ ସେମାନେ ଜାଣି ନ ଥିବା କହିବା ସହ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.