Home ଜିଲ୍ଲା ପରିକ୍ରମା ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀବେଚଂ ପ୍ରତିଷ୍ଠା ଦାବି ନେଇ ମାଲକାନଗିରି ୧୨ଘଟିଂଆ ବନ୍ଦ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀବେଚଂ ପ୍ରତିଷ୍ଠା ଦାବି ନେଇ ମାଲକାନଗିରି ୧୨ଘଟିଂଆ ବନ୍ଦ

97

ମାଲକାନଗିରି,୧୮ା୧୨(ଓଡିଆ ପୁଅ  ) ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଚଂ ପ୍ରତିଷ୍ଠା ଦାବିନେଇ ଆଜି ମାଲକାନଗିରି ଜିଲ୍ଲା୧୨ଘଟିଂଆ ବନ୍ଦଡକରା ଦିଆଯାଇଛି । ସକାଳ ୬ଟା ଠାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ଦୀର୍ଘ୧୨ଘଟାଂ ଧରି ସମଗ୍ର ଜିଲ୍ଲାରେ ଯାନବାହନ ଚଳାଚଳା ବନ୍ଦରହିବାସହ ସରକାରି  ବେସରକାରି ଅଫିସ,ଦୋକାନବଜାର. ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ,ସବୁ ବନ୍ଦ ହୋଇଯାଇ ଥିବାରୁ ଜନ ସାଧାରଣ ନାହିଁ ନଥିବା ହଇରାଣ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଫୁଲ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଓକିଲ ସଂଘର ସପାଂଦକ ଲମ୍ବୋଧର ତୁରୁକୁ, ବରିଷ୍ଟ ଓକିଲ ଅନଓର ସାହା,ବିଜୟ ମହାନ୍ତି,ଗୋବିନ୍ଦପାତ୍ର,ଗୋପାଳ ପଣ୍ଡା,ରାମପଟନାୟକ,ଦୀଲିପ ପରିଛା,ଗୌତମ ସରକାର ,କୈଳାଶ ପଟନାୟକ,ପ୍ରକାଶ ମହାନ୍ତି,ମାନସ ସ୍ୱାଇଁ,ରାଜେଶ ପଟନାୟକ,ପ୍ରମୁଖ ଶତାଧିକ ଓକିଲ ଏହି ବନ୍ଦ ଆନ୍ଦୋଳନରେ ଉପସ୍ଥିତ ରହି ବସଷ୍ଟାଣ୍ଡ,ବାଲିମେଳା ଛକ, କୋର୍ଟ ଛକ,ଡିଏନକେ ଛକ,ସୁବାଷବୋଷ ଛକ, କଲେଜ ଛକ ଠାରେ ପିକେଟିଂ କରି ଯାନବାହନ ଅଟକାଇ ଥିଲେ ।

ଏପରି କି ଜିଲ୍ଲାଦୌରାଜଜ ଅଦାଲତ,ମୁଖ୍ୟ ବିଚାରବିଭଗୀୟ ଦଣ୍ଡଧିକାରୀ(ସିଜିଏମ) କୋର୍ଟ,ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ,(ଏସଡିଜେଏମ) କୋର୍ଟ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ(ଜେଏମସି),ଅତିରିକ୍ତ ଜିଲ୍ଲାଦୌରାଜଜ (ଏଡିଜେ)କୋର୍ଟ,ସବ ଜଜ କୋର୍ଟ,ଉପଜିଲ୍ଲାପାଳ ଙ୍କ ଅଦାଲତ, ରେଜିଷ୍ଟାର ଫାଷ୍ଟଟ୍ରାକ କୋର୍ଟ,ଜିଲ୍ଲାଆଇନ ସେବା ପ୍ରାଧିକରଣ,ଜୁଭେନାଲ କୋର୍ଟ ୧୦ଟି ଯାକ କୋର୍ଟ ଆଗରେ ଓକିଲ ମାନେ ଆନ୍ଦୋଳନ କରି ଜଜ୍ ମାନଙ୍କୁ କୋର୍ଟଭିତରକୁ ଛାଡି ନଦେବାରୁ ଜଜ ଓ ଅଦାଲତର କର୍ମଚାରି ମାନେ ଅଦାଲତ ଭିତରକୁ ଯାଇ ନପାରି ଫେରି ଯାଇଥିଲେ ।ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ଦୀର୍ଘ ୮ଶହ କିମି ଦୂର କଟକ ଠାରେ ହାଇକୋର୍ଟ ଥିବାରୁ ସାଧରଣ ଗରିବ ଲୋକଟିଏ କୌଣସି ମକୋଦମା ଲଢିବା ପାଇଁ ସୁଦୂର ୮ଶହ କିମି ଦୂର ପଇସା ଖର୍ଚକରି କେସ ଲଢିବା ପାଇଁ କଷ୍ଟକର ହୋଇପଡିଥାଏ । ତେଣୁ ହାଇକୋର୍ଟର ସ୍ଥାୟୀ ବେଚଂ ଅବିଭକ୍ତ କୋରାପୁଟ ଜିଲ୍ଲା ଜୟପୁର ଠାରେ ପ୍ରତିଷ୍ଟା କରିବା ନିହାତି ଜରୁରୀ ବୋଲି ଓକିଲ ମାନଙ୍କ ସହିତ ସମସ୍ତ ରାଜନୈତିକ ଦଳ ,ବୁଦ୍ଦିଜିବୀ,ସାମ୍ବାଦିକ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ । ଆଜି ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓକିଲ ଓ କ୍ରୀୟାନୁଷ୍ଟାନକମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦଡାକରା ଦିଆ ଯାଇଥିଲା । ଆଜି ମାଲକାନଗିରି ମଙ୍ଗଳବାର ସାପ୍ତାହିକ ହାଟ ଥିଲେ ମଧ୍ୟ ଯାନବାହନ ବନ୍ଦ ରହିଥିବାରୁ ହାଟକୁ ବେପାରି ମାନେ ଆସି ପାରିନଥିଲେ । ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀ ବାହି ବସଗୁଡିକ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ବସଷ୍ଟାଣ୍ଡ ଠାରେ ସକାଳୁ ସଂନ୍ଧ୍ୟା୬ଟା ପର୍ଯ୍ୟନ୍ତ ଜଗିରହିଥିଲେ । ସଂନ୍ଧ୍ୟା୬ଟା ପରେ ସ୍ୱାଭାବିକ ଭାବେ ଯାନବାହନ ଚଳାଚଳ ସହ ଦୋକାନ ବଜାର ଗୁଡିକ ଖୋଲା ଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.