Home କୋରାପୁଟ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ୧୨ ଘ. ବନ୍ଦ ପାଳନ...

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ୧୨ ଘ. ବନ୍ଦ ପାଳନ ; କୋରାପୁଟ ସହରରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ

96

କୋରାପୁଟ ; ତା୧୮-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଅବିଭିକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ନେଇ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ଡାକରାରେ ଆଜି କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ଓକିଲମାନଙ୍କ ଦ୍ୱାରା ୧୨ଘ. ବନ୍ଦ ପାଳନ କରାଯାଇଥିଲା ।କୋରାପୁଟ ସହରରେ ଏହାର ପ୍ରଭାବ ପଡିଥିଲା ।କୋରାପୁଟ ବାର ଆସୋସିଏସନର ସଭାପତି ସୁଦର୍ଶନ ଗୈାଡଙ୍କ ନେତୃତ୍ୟରେ ଅନ୍ୟ ସଦସ୍ୟ / ସଦସ୍ୟାମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ ।କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ , ରେଲବାଇ ଛକ , ଟ୍ରାଫିକ ଛକ ପ୍ରଭୃତିରେ ସଦସ୍ୟମାନେ ରାସ୍ତା ଅବରୋଧ କରିଥିବାରୁ ଅସଂଖ୍ୟ ଗାଡି ରାସ୍ତାରେ ଅଟକି ରହିଥିଲା । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା ।ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଥିବା ବେଳେ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟାକାରୀ ସଭାପତି ରୁପକ ତୁରୁକ , ପୂର୍ବତନ ବିଧାୟକ ନିମାଁଇ ସରକାର , କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ବାବୁଲା ବେନିଆ , ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର ପ୍ରମୁଖ ବନ୍ଦକୁ ସମର୍ଥନ ଜଣେଇଥିବା ନଜର କରାଯାଇଥିଲା ।ଜୟପୁର ସହରରେ ବିଧାୟକ ତଥା ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ବନ୍ଦକୁ ପୂର୍ଣ୍ଣମାତ୍ରାରେ ସମର୍ଥନ ଜଣେଇଥିବା ନଜର କରାଯାଇଥିଲା ।ଏହି ବନ୍ଦକୁ ୧୩ ସଂଗଠନ ସମର୍ଥନ ଜଣେଇଥିଲେ ବୋଲି ଜଣାପଡିଛି ।ସେହିପରି ସେମିଲିଗୁଡାଠାରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ , ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ବନ୍ଦକୁ ସମର୍ଥନ କରିଥିଲେ ।କୋରାପୁଟ ସହରର ଜନସାଧାରଣ , ଚାମ୍ପସ ଅଫ କର୍ମସ , ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦାବିକୁ ବନ୍ଦ ମାଧ୍ୟମରେ ସମର୍ଥନ ଜଣେଇଥିବାରୁ କୋରାପୁଟ ବାର ଆସୋସିଏସନ ତରଫରୁ ସମସ୍ତଙ୍କୁ ସଭାପତି ଶ୍ରୀ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.