Home ଓଡ଼ିଶା ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

113

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳାପାଳଙ୍କ ସଦ୍ ଭାବନା ଗୃହରେ ସାଧାରଣ ନିର୍ବାଚନ ୨୦୧୯ ପାଇଁ ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ କରିବା ଉପରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳ ଡ.ଏନ୍ .ତିରିମାଳା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠଳରେ କିପରି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କାର୍ଯ୍ୟ ସମାପନ କରାଯିବ ତାହା ଉପରେ ଆଲୋକପାତ କରିଥିଲେ। ପ୍ରାର୍ଥୀ ପ୍ରାର୍ଥୀନୀମାନେ କିପରି ନିର୍ବାଚନ ଆଚରଣ ବିଧି ମାନିବା ସହ ନିର୍ବାଚନ କାର୍ଯ୍ୟରେ ସହଯୋଗ କରିବେ ତାହା ଉପରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଗାଡ଼ି, ମାଇକକୁ ପ୍ରଚାରରେ ଲଗାଇବା ପାଇଁ ଅନୁମତି ନେବା ସହ ବିଧାୟକ ପ୍ରାର୍ଥୀମାନେ ୨୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସହ ସାଂସଦ ପ୍ରାର୍ଥୀମାନେ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ଜିଲ୍ଳାପାଳ ବୁଝାଇଥିଲେ। ପ୍ରାର୍ଥୀ ପ୍ରାର୍ଥୀନୀମାନେ ନିର୍ବାଚନୀ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ କିପରି ବିନିଯୋଗ କରିବେ ତାହା ରେଜିଷ୍ଟରରେ ଉଲ୍ଲେଖ କରିବା ପାଇଁ କହିଥିଲେ। ଏହି ବୈଠଳରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବଳରାମ, ସାଧାରଣ ପର୍ଯ୍ୟବେକ୍ଷକ ପ୍ରସାଦ ଚୌହାନ, ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାସ, ଉପଜିଲ୍ଳାପାଳ ଜିତେନ୍ଦ୍ର କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀ, ଏବଂ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଓ ସେମାନଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.