Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବୈଜ୍ଞାନିକ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସମାରୋହ

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବୈଜ୍ଞାନିକ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସମାରୋହ

30

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୂଲ୍ୟରେ ତଥା ଶାନ୍ତିଲତା ମହାପାତ୍ର ଓ ଉଦୟନାଥ ମହାନ୍ତିଙ୍କ ପୃଷ୍ଠପୋଷକତାରେ ସଂଘର କୁଆଁସ ସ୍ଥିତ ‘ନିତ୍ୟାନନ୍ଦ ଭବନ’ରେ ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ଭଦ୍ରକ ମାଟିର ସନ୍ତାନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡଃ. ଗୋକୁଳାନନ୍ଦ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ମଞ୍ଚାସୀନ ଥିଲେ କାର୍ଯ୍ୟକାରୀ ସଭାପତି ପଦ୍ମନାଭ ପାଢ଼ୀ, ସାଧାରଣ ସଂପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ, ମୁଖ୍ୟବକ୍ତା ପ୍ରଫେସର କମଳାକାନ୍ତ ଜେନା ଓ ପୃଷ୍ଠପୋଷିକା ଶାନ୍ତିଲତା ମହାପାତ୍ର। ମଞ୍ଚ ଆହ୍ୱାନ ଓ ସଂଚାଳନା କରିଥିଲେ ସୁଶ୍ରୀ ମନୋରମା ରାୟ। ସଂଯୋଜିକା ପ୍ରଜ୍ଞା ପଟ୍ଟନାୟକ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ, ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଲକ୍ଷ୍ମଣ କୁମାର ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ବେଦପାଠ ପଣ୍ଡିତ ଦୈତ୍ୟାରି ଦୀକ୍ଷିତ, ଅଶୋକ ଦାସଙ୍କ ତତ୍ତ୍ୱବଧାନରେ ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀବୃନ୍ଦ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଅତିଥି ପରିଚୟ ପ୍ରଦାନ ଅଜିତ କୁମାର ନାୟକ, ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ କ୍ଷୀରୋଦ ଚନ୍ଦ୍ର ମିଶ୍ର, ବାଦଲ କିଶୋର ମହାପାତ୍ର, ଏହି ଅବସରରେ ‘ଅବିସ୍ମରଣୀୟ ଗୋକୁଳାନନ୍ଦ’ ପୁସ୍ତିକାର ଉନ୍ମୋଚନ ଅତିଥିମାନଙ୍କ ଦ୍ୱାରା ହୋଇଥିଲା।

ସଂଯୋଜନା କରିଥିଲେ କୈଳାଶ ଚନ୍ଦ୍ର ପଣ୍ଡା, ଦୀପକ କୁମାର ମହାନ୍ତି ଓ ମୁକ୍ତିକାନ୍ତ ମହାପାତ୍ର, ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ପ୍ରଜ୍ଞା ପଟ୍ଟନାୟକ। ବିଜ୍ଞାନରେ କୃତିତ୍ୱ ପାଇଁ ଜିଲ୍ଲାସ୍କୁଲର ଛାତ୍ରୀ ବର୍ଷାରାଣୀ ବେହେରାଙ୍କୁ ମାନପତ୍ର, ସାର୍ଟିଫିକେଟ୍‌, ମେମେଣ୍ଟୋ ଓ ଦୁଇ ହଜାର ଟଙ୍କାର ପୁରସ୍କାର ରାଶି ପୃଷ୍ଠପୋଷିକା ପ୍ରଦାନ କରିଥିଲେ। ମାନପତ୍ର ପାଠ କରିଥିଲେ କରୁଣାକର ଉପାଧ୍ୟାୟ। ପ୍ରଫେସର କମଳାକାନ୍ତ ଜେନା, ନାରାୟଣ ଚନ୍ଦ୍ର ଧଳ ଓ ଅଶୋକ କୁମାର ଶତପଥୀ ପ୍ରତ୍ୟେକଙ୍କୁ ମାନପତ୍ର, ସାର୍ଟିଫିକେଟ୍‌, ଉତ୍ତରୀୟ, ମେମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କର ମାନପତ୍ର ପାଠ କରିଥିଲେ ଯଥାକ୍ରମେ ଡ. ଗୋଲକ ବିହାରୀ ସାହୁ, ଡ. ଭାଗବତ ତ୍ରିପାଠୀ ଓ ହରମୋହନ କୁଅଁର। ବର୍ଷାରାଣୀ ବେହେରା ନିଜର ପ୍ରସ୍ତୁତ ଯେଉଁ ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଦର୍ଶନ କରିଥିଲେ ତାହା ଉପସ୍ଥାପନ କରିଥିଲେ। ଅନ୍ୟ ସମ୍ବର୍ଦ୍ଧିତ ପ୍ରତିଭା ସେମାନଙ୍କର ପ୍ରତ୍ୟୁତ୍ତର ବକ୍ତବ୍ୟ ପ୍ରଦାନ କରିଥିଲେ। ଉପସଭାପତି ଡ. ବ୍ରଜମୋହନ ମିଶ୍ର ତାଙ୍କର ବକ୍ତବ୍ୟ ମାଧ୍ୟମରେ ଗୋକୁଳାନନ୍ଦଙ୍କ ସାହିତ୍ୟ କୃତୀ ଅବଦାନ ସଂପର୍କୀୟ ସାରଗର୍ଭକ ତଥ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦେବସ୍ମିତା ମହାନ୍ତି, ଅଶୋକ ପଟ୍ଟନାୟକ, ଦିବ୍ୟାଂଶ ମହାନ୍ତି, ବିକ୍ରମ ଦାସ, ଶକୁନ୍ତଳା ଦାସ, ନବକିଶୋର ପାତ୍ର, ହରେକୃଷ୍ଣ ସାହୁ, ପ୍ରଶାନ୍ତ ଦେ, ହୃଷିକେଶ ମହାନ୍ତି, ଯୁଧିଷ୍ଠିର ବାରିକ୍‌, ଡ଼.ବାଙ୍କବିହାରୀ ଦାସ.।

ସଭାପତି ଗୋକୁଳାନନ୍ଦଙ୍କ ବୈଶିଷ୍ଠ୍ୟ ବାବଦରେ, ସାଧାରଣ ସଂପାଦକ ଗୋକୁଳାନନ୍ଦଙ୍କ ସହ ସଂପର୍କର ଅନୁଭୂତି ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପାଇଁ ଗୋକୁଳାନନ୍ଦଙ୍କ ଅବଦାନ ସଂପର୍କରେ ଓ ପୃଷ୍ଠପୋଷିକା ତାଙ୍କ ଜୀବନୀ, ସ୍ମୃତି ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ଗୋକୁଳାନନ୍ଦଙ୍କ ବିଭିନ୍ନ କୃତିତ୍ୱ ଓ ସୃଜନଶୀଳତା ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡ଼ା. ଦୁର୍ଯ୍ୟୋଧନ ଦାସ, ନାରାୟଣ ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମହାନ୍ତି, କାଶିନାଥ ସାହୁ, ବିନୟ କୁମାର ପଣ୍ଡା ତାରକଦାଶ ଆଢ଼୍ୟ, ଚନ୍ଦ୍ରମୋହନ ମହାନ୍ତି, ପ୍ରଫୁଲ୍ଲ କୁମାର ମଲ୍ଲିକ, ଉପେନ୍ଦ୍ର ରାଉତ, ବୀର ନାରାୟଣ ଦାସ, ହରେକୃଷ୍ଣ ତ୍ରିପାଠୀ, ନିରଞ୍ଜନ ବିଶ୍ୱାଳ, ଅଶୋକ କୁମାର ଜେନା, ଅନାଦୀ ଚରଣ ଦାସ, ହୃଷିକେଶ ମହାନ୍ତି, ମୋନାଲିସା ମହାନ୍ତି, ଶଶଧର ବଳ ଓ ବୁଦ୍ଧିଜୀବୀଙ୍କ ମଧ୍ୟରୁ ଲକ୍ଷ୍ମୀ ମହାପାତ୍ର, ତାପସ କୁମାର ନାୟକ, ସଂଗ୍ରାମ ଦାସ ପ୍ରମୁଖ ବହୁ ସଦସ୍ୟ ଯୋଗଦାନ କରିଥିଲେ। ଉପସଭାପତି ତଥା ପୃଷ୍ଠପୋଷକ ଉଦୟନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.