Home ଜିଲ୍ଲା ପରିକ୍ରମା ଅପରେସନ ଗ୍ରୀନ ହେମ୍ପ,ତିନିଦିନ ମଧ୍ୟରେ ୧୨କୋଟି ୮୮ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡିଲେ ଅବକାରି ବିଭାଗ

ଅପରେସନ ଗ୍ରୀନ ହେମ୍ପ,ତିନିଦିନ ମଧ୍ୟରେ ୧୨କୋଟି ୮୮ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡିଲେ ଅବକାରି ବିଭାଗ

167

ମାଲକାନଗିରି,୧୪ା୧୨(ଓଡିଆ ପୁଅ ) ଗତ ତିନିଦିନ ହେଲା ଜିଲ୍ଲାଅବକାରି ବିଭାଗ ଓ ପୁଲିସ ପକ୍ଷରୁ ଅପରେସନ ଗ୍ରୀନ ହେମ୍ପ ଆରମ୍ଭ ହୋଇ ୧୨କୋଟି ୮୮ଲକ୍ଷ ରୁ ଉର୍ଦ୍ଦଟଙ୍କାର ଗଜେଂଇ ଗଛ ପୋଡା ଯାଇଛି । ଆଜି  ଦୁର୍ଗମ ପାହଡ ଇଲାକାରେ ବେଆଇନ ଭାବେ ହୋଇଥିବା ୧୯ଏକର ଗଜେଂଇ ଚାଷକୁ ପୋଡି ନଷ୍ଟକରିଛନ୍ତି ।  ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ଦିଲୀପ ନାୟକ, ରାଜୁ ଖିତି,ଦିନେଶ କୁମାର,ସି.ଏଚ.ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ଓ ସରିତା ପ୍ରମୁଖ ଜିଲ୍ଲାଅବକାରି ବିଭାଗ ଅଧିକାରୀ ଓରକେଲ ଥାନା ପୁଲିସ କର୍ମଚାରି ମାନେ ଓରକେଲ ଥାନାସ୍ଥ ଡୋଙ୍ଗକୁଣ୍ଡ ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୧୯ଏକର ଜମିରୁ ୨୨୮୦୦ ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି । ଏହି ଗଜେଂଇ ଗଛର ସରକାରି ମୂଲ୍ୟ ୨କୋଟି ୨୮ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । ଗୁରୁବାର ଦିନ ଜିଲ୍ଲାଅବକାରୀ ବିଭାଗ ଓ ମାଲକାନଗିରି ଥାନାସ୍ଥ ମାଛଆମ୍ବ,ତାଳବାଡି ଗ୍ରାମ ଜଙ୍ଗଲରୁ ୨୨ଏକର ଜମିରେ ବେଆଇନ ଭାବେ ହୋଇଥିବା ଗଜେଂଇ ଗଛ କାଟିଛନ୍ତି,ଯାହାର ସରକାରି ମୂଲ୍ୟ ୨କୋଟି ୬୦ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି । ଠିକ ସେହିପରି ବୁଧବାରଦିନ ଓରକେଲ ଥାନା ପରଜାଗୁଡା, ମଜୁରୁଲେଣ୍ଡି ଗ୍ରାମ ଜଙ୍ଗଲ ଅଚଂଳରୁ ୮କୋଟି ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟକରାଯାଇଥିଲା । ଗତ ତିନିଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାର ୪ଟି ସ୍ଥାନରୁ ୧୨କୋଟି୮୮ଲକ୍ଷଟଙ୍କାର ବେଆନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ । ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ ରାସ୍ତାକଡ ଠାରୁ ଆରମ୍ଭକରି ପାହଡ ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ  ଜିଲ୍ଲାଅବକାରି ବିଭାଗ ଓ ପୁଲିସ ପକ୍ଷରୁ ବେଆଇନ ଗଜେଂଇଚାଷ ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି । ଗତ କିଛି ଦିନହେଲା ଜିଲ୍ଲାଅବକାରି ବିଭାଗ ଓ ପୁଲିସ ପକ୍ଷରୁ ଅପରେସନ ଗ୍ରୀନ ହେମ୍ପ ଆରମ୍ଭ ହୋଇ  କୋଟି କୋଟି ଟଙ୍କାର ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଉଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.