Home କୋରାପୁଟ ଅପରିଚିତ ଯୁବକଙ୍କ ମୃତଦେହ ଉଦ୍ଧାର

ଅପରିଚିତ ଯୁବକଙ୍କ ମୃତଦେହ ଉଦ୍ଧାର

95

କୋରାପୁଟ ; ତା୦୮-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଉପର କୋଲାବ ଜଳଭଣ୍ଡାରରୁ ଡୁମୁରିପୁଟ ପୁଲିସ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । କୋଲାବ ଜଳଭଣ୍ଡାରର ଡୁମୁରିପୁଟ ପାହାଡ ନିକଟରେ ଏକ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଡୁମୁରିପୁଟ ଫାଣ୍ଡି ଅଧିକାରୀ ନୃସିଂହନାଥ ପାଣିଗ୍ରାହି ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ପଠାଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି । ମୃତ ଯୁବକଙ୍କ ପରିଚୟ ଜଣା ପଡି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.