Home ଜିଲ୍ଲା ପରିକ୍ରମା ଅନ୍ତରୀକ୍ଷଙ୍କ ସ୍ମାର୍ଟସିଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ

ଅନ୍ତରୀକ୍ଷଙ୍କ ସ୍ମାର୍ଟସିଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ

174

ନୟାଗଡ଼, ୨୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରୁ ଏକମାତ୍ର ପ୍ରକଳ୍ପଭାବେ ନୟାଗଡ଼ ଏନଏସି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଅନ୍ତରୀକ୍ଷ ରଥଙ୍କ ସ୍ମାର୍ଟସିଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଛି। ଡିସେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ୩ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାରେ ଭାଗନେଇ ବିଚାରକମାନଙ୍କ ଦ୍ନାରା ଶ୍ରେଷ୍ଠ ବିଚେବିତ ହୋଇ ଅନ୍ତରୀକ୍ଷଙ୍କୁ ବିଜୟୀ ଘୋଷଣାା କରାଯାଇ ଜାତୀୟ ସ୍ତର ମେଳାକୁ ମନୋନୀତ କରାଯାଇଛି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଟି.ଇ ଏବଂ ଏସ୍ .ସି.ଇ.ଆର.ଟିର ଡାଇରେକ୍ଟର ଡ.ପ୍ରତାପ ଇ୍ ଦ୍ର ଦାଶ, ଡେପୁଟି ଡାଇରେକ୍ଟର ପ୍ରଶାସନ ନିବେଦିତା ନାୟକ ଏବଂ ସମ୍ବଲପୁର ଜିଲ୍ଳା ଶିକ୍ଷାଧିକାରୀ ସୁବୋଧ କୁମାର ଦାଶଙ୍କ ଦ୍ୱାରା ଅନ୍ତରୀକ୍ଷଙ୍କୁ ରାଜ୍ୟସ୍ତରୀୟ ପୁରଷ୍କୃତ କରାଯାଇଛି। ଏଥିପାଇଁ ସାରା ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି। ଏଥିପାଇଁ ଅନ୍ତରୀକ୍ଷ ନିଜର ଗାଇଡ଼୍ ବିଜ୍ଞାନ ଶିକ୍ଷୟତ୍ରୀ ପୂଣ୍ଣ୍ରିମା ତ୍ରିପାଠୀ, ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଓ ପିତା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.