Home କୋରାପୁଟ ଅନ୍ତରାଷ୍ଟ୍ରୀୟ ସ୍ନାତକ ପାଠ୍ୟକ୍ରମରେ ଜ୍ଞାନ ଓ ଆଧାରକୁ ନେଇ ଆଲୋଚନାଚକ୍ର

ଅନ୍ତରାଷ୍ଟ୍ରୀୟ ସ୍ନାତକ ପାଠ୍ୟକ୍ରମରେ ଜ୍ଞାନ ଓ ଆଧାରକୁ ନେଇ ଆଲୋଚନାଚକ୍ର

130

କୋରାପୁଟ ; ତା୧୩-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗଦ୍ୱାରା ସୁନାବେଡାସ୍ଥିତ କ୍ୟାମ୍ପସଠାରେ ଅନ୍ତରାଷ୍ଟ୍ରୀୟ ସ୍ନାତକ ପାଠ୍ୟକ୍ରମରେ ଜ୍ଞାନ ଓ ଆଧାରକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି।କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀ ନିଜ ଜିବନକୁ ଉତମ ରୂପେ ଗଠନ କରିବାକୁ ଏକ ଉପଯୁକ୍ତ ପାଠ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷଣୀୟ ଓ ବୈାଧିକ ତଥା ଭାବନାତ୍ମକ ସମୃଦ୍ଧି ଦୃଷ୍ଟିରୁ ଅନ୍ତରାଷ୍ଟ୍ରୀୟ ପାଠ୍ୟକ୍ରମ ଅତି ଉଚ୍ଚମାନର ବୋଲି ପ୍ରଫେସର ସୁରେନ୍ଦ୍ର ସିଂ ଚୈାହାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।ଏଥି ନିମନ୍ତେ ଏହାକୁ ସମଗ୍ର ପୃଥିବୀର ଅନେକ ଅନ୍ତର୍ଜାତିକ ବିଦ୍ୟାଳୟ ଆପେଣେଇ ଥିବା ସେ ସୂଚନା ଦେଇଥିଲେ।ଶିକ୍ଷା ବିଭାଗର ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡ . ରମେନ୍ଦ୍ର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଲେ ଛାତ୍ରୀ ଭେବୁଲିନା ମିଶ୍ର ଓ ଛାତ୍ର ଅମିତ ମିଶାଳ ଯୋଗଦେଇ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.