Home ଜିଲ୍ଲା ପରିକ୍ରମା ଅଟୋ ବାଇକ ମୁହାଁ ମୁହିଁ ଧକ୍କା,ବାଇକ ଆରୋହି ଗୁରୁତର,ଅଳ୍ପକେବର୍ତିଲେ ୫ସ୍କୁଲ ପିଲା

ଅଟୋ ବାଇକ ମୁହାଁ ମୁହିଁ ଧକ୍କା,ବାଇକ ଆରୋହି ଗୁରୁତର,ଅଳ୍ପକେବର୍ତିଲେ ୫ସ୍କୁଲ ପିଲା

120

ମାଲକାନଗିରି,୧୮ା୧୨(ଓଡିଆ ପୁଅ )   ମାଲକାନଗିରି ସୁକୁମା ରାସ୍ତାରେ ଏକ ଅଟୋ ଗାଡି ସହ ବାଇକ ଧକ୍କାଲାଗି ବାଇକ ଆରୋହି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଟୋରେ ବସିଥିବା ୫ଜଣ ସ୍କୁଲ ପିଲା ଅଳ୍ପକେ ବର୍ତି ଯାଇଛନ୍ତି । ଆଜି ସକାଳେ ମାଲକାନଗିରି ଥାନାସ୍ଥ ସିନ୍ଧ୍ରିମାଳ ଗ୍ରାମରୁ ଏକ ଅଟୋରେ ୩ଜଣ ଛାତ୍ରୀ୨ଜଣ ଛାତ୍ର ଗନ୍ଧିପାଲି ଠାରେ ଥିବା ଆଦର୍ଶବିଦ୍ୟାଳୟକୁ ଅଧ୍ୟୟନ ନିମନ୍ତେ ଯାଉଥିଲେ । ମାଲକାନଗିରି ସୁକୁମା ରାସ୍ତା ପ୍ରଧାନିଗୁଡା ଗ୍ରାମ ଶେଷମୁଣ୍ଡ  ଛକ ଠାରେ ସାମନା ପଟରୁ ଏକ ବାଇକ ଆରୋହି ଦୃତଗତିରେ ଆସୁଥିବାରୁ ବଙ୍କାଣି ରାସ୍ତାରେ ଅଟୋ ଟି ଯାଉଥିବାର ଦେଖି ନପାରି ଅଟୋ ସହିତ ମୁହାଁ ମୁହିଁ ଧକ୍କା ଲାଗି ଯାଇଥିଲା । ବାଇକ ଆରୋହି ଦୁରକୁ  ଛିଟିକି ପଡିଥିଲେ । ଅଟୋଚାଳକ ଅତି ସତର୍କତାର ସହିତ ବ୍ରେକ ମାରି ବାରୁ ଅଟୋଟି ଅଟକିରହି ଯାଇଥିଲା । ଯାହା ପାଳରେ କି ଅଟୋରେ ବସିଥିବା ୫ଜଣ ଛୋଟ ଛୋଟ ସ୍କୁଲପିଲା ଙ୍କ କିଛି କ୍ଷତି ଘଟିନାହିଁ । ସେମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ବାଇକ ଆରୋହି ଦୁରକୁ ଛିଟିକି ପଡି ତାଙ୍କ ବେକ ଓ ମୁଣ୍ଡରେ ଗଭିର ଆଘାତ ଲାଗିଥିବାରୁ ସେ ଗୁରୁତର ଭାବେ ଆହତ ହେବାସହ ତାଙ୍କର ଚେତାପଳାଇଥିଲା । ନିକଟସ୍ଥ ଗ୍ରାମବାସୀ ମାନେ ପୁଲସ ଓ ୧୦୮ ଆମ୍ବୁଲାନ୍ସ କୁ ଫୋନକରିଥିଲେ । ୧୦୮ ଆମ୍ବୁଲାନ୍ସ ଓ ପୁଲିସ ଘଟଣାସ୍ଥଳରେ ପହଁଚି ଆହତ ଯୁବକଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ନେଇଚିକିତ୍ସା କରିଛନ୍ତି । ମାଲକାନଗିରି ଥାନା ପୁଲିସ ଦୁର୍ଘଟଣା ଗସ୍ତ ବାଇକ ଓ ଅଟୋ ଜବତକରି ଥାନାକୁ ନେଇ ତଦନ୍ତ ଚଳାଇଛନ୍ତି । ସିମାଗୁଡି ଗ୍ରାମର ଅଟୋଚାଳକ ପ୍ରଶାନ୍ତ ପଡିଆମି ଙ୍କୁ ଥାନାରେ ଅଟକ ରଖି  ଦୁର୍ଘଟଣା ସଂପର୍କରେ ପଚରା ଉଚରା ଚଳାଇଛନ୍ତି । ଗୁରୁତର ଭାବେ ଆହତ ହୋଇ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କ ଘର ମାଲକାନଗିରି ଥାନାସ୍ଥ ବରକୋଳିଗୁଡା ଗ୍ରମର ଇଶ୍ୱର ଖୁରାମି  ସେ ପ୍ରଧାନିଗୁଡା ଠାରେ ଥିବା ପଲିଟେକ୍ନୋଲଜି କଲେଜର ଛାତ୍ର ବୋଲି ଜଣାପଡିଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଦୁର୍ଘଟଣା ଗସ୍ତ ଛାତ୍ର ଇଶ୍ୱରଙ୍କ ଚେତା ଫେରିନଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.