Home କେନ୍ଦୁଝର ଅଜଣା ଗାଡି ସହ ବାଇକ ଧକ୍କା ଜଣେ ମୃତ,୨ଜଣ ଗୁରୁତର

ଅଜଣା ଗାଡି ସହ ବାଇକ ଧକ୍କା ଜଣେ ମୃତ,୨ଜଣ ଗୁରୁତର

87

ଘଟଗାଁ,୨୩/୦୩(ଓଡିଆପୁଅ/ଭବାନୀପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ନିକଟରେ ଏକ ଅଜଣା ଗାଡି ସହ ବାଇକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଘଟଗାଁ ଥାନା ଅନ୍ତର୍ଗତ ଉପରଡିହା ଗ୍ରାମର ପିଣ୍ଟୁ ବେହେରା ବୋଲି ଜଣାପଡିଛି । ୨ଗୁରୁତର ଦିପୁ ନାଏକ ଓ କୁନା ମହାରଣାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ବାଇକ ଯୋଗେ ଆନନ୍ଦପୁରରୁ ଘଟଗାଁ ଆସୁଥିବା ବେଳେ ମେଲାଣ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିସôାଧୀନ ଅବସ୍ଥାରେ ପିଣ୍ଟୁର ମୃତ୍ୟୁ ହୋଇଯାଇଥିଲା । ଆନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କାରଣରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ଏ ଘଟଣାରେ ଏକ ଏତଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତମାନ ସୁଧା ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ସନ୍ଧାନ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.