Home ଓଡ଼ିଶା ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ରାତିତମାମ ପଡିରହିଥିଲା ମୃତଦେହ

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ରାତିତମାମ ପଡିରହିଥିଲା ମୃତଦେହ

182

ବାଲିଗୁଡା ୯-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ କଟାପାଡ଼ି ଗାଁରେ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ପରମପଙ୍ଗା ଗାଁର ପ୍ରମୋଦ ମଲିକ ବୋଲି ଜଣାପଡିଛି।ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ନିଜ ଗାଁରୁ ତୁମୁଡିବନ୍ଧ ଯାଉଥିବା ବେଳେ ଜାତୀୟ ରାଜପଥ ନଂ-୫୯ ଦେଇ ଯାଇଥିବା କଟାପାଡ଼ି ଗାଁ ନିକଟରେ ଅଜଣା ଗାଡି ଧକ୍କା ଦେବା ଫଳରେ ମୃତ୍ୟୁ ହୋଇଥିଲା। ରାତି ତମାମ ଶବ ଘଟଣା ସ୍ଥଳରେ ପଡିରହିଥିବା ବେଳେ ଗୁରୁବାର ସକାଳେ ତୁମୁଡିବନ୍ଧ ଥାନା ପୋଲିସ ପହଂଚି ଶବକୁ ଜବତ କରି ପଞ୍ଚନାମା ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.