Home କୋରାପୁଟ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

69

କୋରାପୁଟ ; ତା୦୪-୦୯-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦା ନିକଟରେ କୌଣସି ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୋରାପୁଟ ବ୍ଲକ ଡୁମୁରିପଦର ପଂଚାୟତ ମାଳିଚଲର ଗ୍ରାମର ଅର୍ଜୁନ ଖୀଲ (୪୨)ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ,ମୃତ ଅର୍ଜୁନ ପଟ୍ଟାଙ୍ଗିରୁ ନିଜ ମୋଟର ସାଇକଲ (ଓଆର-୧୦ଜେ ୮୯୪୬) ଯୋଗେ ଘରକୁ ଫେରୁଥିବାବେଳେ କୁନ୍ଦୁଲି ହାଟପଦା ନିକଟରେ କୌଣସି ଗାଡି ଧକ୍କା ଦେବାରୁ ରାସ୍ତା ଉପରେ ପଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଘଟଣା ସ୍ଥଳରେ ପହଂଚି ଅର୍ଜୁନଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.