Home ଓଡ଼ିଶା ଅଙ୍ଗନବାଡି ପରିଚାରିକା ଓ ସହାୟିକା ବିଜୁ ସାମୁଖ୍ୟର କର୍ମୀମାନଙ୍କୁ ମିଶିଲେ ଜିଲ୍ଲା ବିଜେଡି ପ୍ରଭାରୀ ପ୍ରଣବ...

ଅଙ୍ଗନବାଡି ପରିଚାରିକା ଓ ସହାୟିକା ବିଜୁ ସାମୁଖ୍ୟର କର୍ମୀମାନଙ୍କୁ ମିଶିଲେ ଜିଲ୍ଲା ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ

99

କୋରାପୁଟ ; ତା୧୬-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ଯାତ୍ରୀ କୁଟୀରଠାରେ କୋରାପୁଟ ଜିଲ୍ଲା ଅଙ୍ଗନବାଡି ପରିଚାରିକା ଓସହାୟିକା ବିଜୁ ସାମୁଖ୍ୟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସେମାନଙ୍କର ରହିଥିବା ୯ ଟି ଦାବି ସମାଧାନ ଉପରେ ଆଲୋଚନା କରାଯାଇଥିଲା।କୋରାପୁଟ ଜିଲ୍ଲା ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ସାମୁଖ୍ୟର ସଭ୍ୟାମାନଙ୍କ ଭେଟି ଦାବିଗୁଡିକର ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଜଣାଇବେ ଓ ଜିଲ୍ଲାର ସଭ୍ୟାମାନଙ୍କୁଂ ୨୩ ତାରିଖରେ ଭୁବନେଶ୍ୱର ଆସିବାକୁ କହିଥିଲେ।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,  ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ,  ସାମୁଖ୍ୟର ଉପଦେଷ୍ଟା ପଙ୍କଜ ପାତ୍ର,  ବିଜେଡିର ରଘୁରାମ ମାଛ,  ବାଲା ରାୟ,  ଲଲାଟ ରଂଜନ ସେଠୀ,  ବିମଳ ଗରଡା ପ୍ରମୁଖ ଉପସ୍ଥିତ ଥିଲେ।

 

କେନ୍ଦ୍ର ସରକାର ବୃଦ୍ଧି କରିଥିବା ଭତା ଉପରେ ବିଜୁ ସାମୁଖ୍ୟର ସଭ୍ୟାମାନେ ଅସନ୍ତୋଷ ପ୍ରକାଶ କରି ଆସନ୍ତା ୧୮ ରେ କେନ୍ଦ୍ର ସରକାର ବିରୁଦ୍ଧରେ ରଣହୁଙ୍କାର ଦେବେ ବୋଲି ଜିଲ୍ଲା ଅଙ୍ଗନବାଡି ପରିଚାରିକା ଓସହାୟିକା ବିଜୁ ସାମୁଖ୍ୟର ସଂପାଦିକା ଝୁନୀ କୁମାରୀ ମହାନ୍ତି ପ୍ରକାଶ କରିଥିଲେ।ପ୍ରଧାନମନ୍ତ୍ରୀ ୧୧ ତାରିଖରେ ଅଙ୍ଗନବାଡି କର୍ମୀ ଯେଉଁମାନେ ୨୨୦୦ ଟଙ୍କା ଭତା ପାଉଛନ୍ତି ସେମାନଙ୍କର ଭତା ୩୫୦୦ ଟଙ୍କା ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ।ଓଡିଶାରେ କର୍ମୀମାନେ ପୂର୍ବରୁ ୪୦୦୦ ଟଙ୍କା ଭତା ପାଉଥିଲେ ରାଜ୍ୟ ସରକାର ୨୦୦୦ଟଙ୍କା ବୃଦ୍ଧି କରିବାରୁ କର୍ମିମାନେ ଏବେ ୬୦୦୦ ହଜାର ଟଙ୍କା ପାଉଛନ୍ତି।କେନ୍ଦ୍ର ଗାଇଡଲାଇନ ଅନୁସାରେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେବା କଥା।କିନ୍ତୁ ଓଡିଶାରେ ରାଜ୍ୟ ୭୦ ପ୍ରତିଶତ ଦେଉଥିବା ବେଳେ କେନ୍ଦ୍ର ମାତ୍ର ୩୦ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ସଂପାଦିକା ଝୁନୀ କୁମାରୀ ମହାନ୍ତି ସୂଚନା ଦେଇଥିଲେ।କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ସେ ଦାବି କରିଥିଲେ। ହରିୟାନା ରେ କର୍ମୀମାନେ ୧୧ ହଜାର ୪୦୦ ଟଙ୍କା ଭତା ପାଉଥିବା ଜଣାପଡିଛି।

 

ଓଡିଶାରେ ଅଙ୍ଗନବାଡି କର୍ମି ଓ ସହାୟିକାମାନେ ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ହୋଇ ବିଭିନ୍ନ ସମୟରେ ସେମାନଙ୍କର ଦାବି ଜିଲ୍ଲା,  ରାଜ୍ୟ ଓ ଦେଶରେ ଉପସ୍ଥାପନା କରୁଥିଲେ।କିନ୍ତୁ ବିଜେଡି କର୍ମି ଓ ସହାୟିକାଙ୍କୁ ନେଇ ସମସ୍ତ ଜିଲ୍ଲାରେ ବିଜୁ ସାମୁଖ୍ୟ ଦଳ ଗଠନ କରିଛି।ଆସନ୍ତା ନିର୍ବାଚନରେ ଏହା ବିଜେଡି ପାଇଁ ସହାୟକ ହେବ ବୋଲି ରାଜନିତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନବାଡି କର୍ମି ଓ ସହାୟିକାମାନଙ୍କ ଦାବିଗୁଡାକ ସମାଧାନ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ଅନୁମାନ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.