Home ଜିଲ୍ଲା ପରିକ୍ରମା ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ, ପଡୋଶୀ ରାଷ୍ଟ୍ର ପାକିସ୍ତାନ ତଥା ଚାଇନାକୁ ସହଜରେ ଲକ୍ଷ୍ୟଭେଦ କରିପାରିବ

ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ, ପଡୋଶୀ ରାଷ୍ଟ୍ର ପାକିସ୍ତାନ ତଥା ଚାଇନାକୁ ସହଜରେ ଲକ୍ଷ୍ୟଭେଦ କରିପାରିବ

11

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା କଲାମ ଘାଟିରୁ ଆଜି ରାତ୍ର ୭/୧୫ ରେ ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି । ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଶ୍ରେଣୀରେ ଅର୍ନ୍ତଭୁକ୍ତ ଏହି କ୍ଷେପଣାସ୍ତ୍ର ର ଲମ୍ବ ୨୧ମିଟର,ଓସାର ୧.୩ମିଟର ହୋଇଥିବା ବେଳେ ଏହାର ଓଜନ ୧୬ହଜାର କିଲୋଗ୍ରାମ । ଏହି କ୍ଷେପଣାସ୍ତ୍ର ଓାର ହେଡ କ୍ଷମତା ୧୫କିଲୋଟନରୁ ଆରମ୍ଭ କରି ୨୫୦କିଲୋଟନ ଥିବା ବେଳେ ଏହାର ଇଞ୍ଜିନ ୨.୫ଷ୍ଟେଜ ବିଶିଷ୍ଟ କଠିନ ପ୍ରୋପେଲେଂଟ । ଏହାର ଲକ୍ଷ୍ୟଭେଦ କ୍ଷମତା ୨ହଜାର କି.ମିରୁ ଆରମ୍ଭ ହୋଇ ୩ହଜାର କି.ମି ପର୍ଯ୍ୟନ୍ତ ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ ଏବଂ ଏହାର ଗତି ସେକେଣ୍ଡ ପିଛା ୩.୯କି.ମି । ଏହି ଅଗ୍ନି-୨ କ୍ଷେପଣାସ୍ତ୍ର ଯେ କୌଣସି ରେଳ ମୋବାଇଲ ଲଂଚରରୁ ପରୀକ୍ଷଣ କରାଯାଇ ପାରିବାର କ୍ଷମତା ବହନ କରୁଥିବା ବେଳେ ଏହି କ୍ଷେପଣାସ୍ତ୍ର ୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଏବଂ ଏହା ଭାରତ ଡାଇନାମିକ ଲିମିଟେଡ ଦ୍ୱାର ପ୍ରସ୍ତୁତ । ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ୧ଏପ୍ରିଲ ୧୯୯୯ ମସିହାରେ ଆରମ୍ଭ ହୋଇଥିବା ବେଳେ ସେହି ସମୟରେ ଏହାର ଲକ୍ଷ୍ୟଭେଦ ପରିସୀମା ୨୧ଶହ କିମି ଥିଲା,୨ୟ ପରୀକ୍ଷଣ ୧୭ ଜାନୁଆରୀ ୨୦୦୧,୩ୟ ପରୀକ୍ଷଣ ୧୯ମଇ ୨୦୦୯,୪ର୍ଥ ୧୭ମଇ ୨୦୧୦,୫ମ ପରୀକ୍ଷଣ ୩୦ସେପ୍ଟେମ୍ବର ୨୦୧୧,୬ଷ୍ଠ ପରୀକ୍ଷଣ ୯ଅଗଷ୍ଟ ୨୦୧୨, ୭ମ ତଥା ଶେଷ ପରୀକ୍ଷଣ ୭ ଏପ୍ରିଲ ୨୦୧୩ରେ ଏବଂ ଶେଷ ପରୀକ୍ଷଣ ୪ମେ ୨୦୧୭ ହୋଇଥିଲା । ଆଜି ରାତ୍ର ୭ ।୧୫ ମିନିଟ ସମୟରେ ହୋଇଥିବା ବେଳେ ଏହା ପଡୋଶୀ ପାକିସ୍ଥାନ ଏବଂ, ଦକ୍ଷିଣପୂର୍ବ ଚାଇନାକୁ ସହଜରେ ଲକ୍ଷ୍ୟଭେଦ କରିପାରିବ ବୋଲି ପ୍ରତିରକ୍ଷା ବୈଞାନିକଙ୍କ ଠାରୁ ପ୍ରକାଶ । ଆଜିର ଏହି ପରୀକ୍ଷଣ ସମୟରେ ହାଇଦ୍ରାବାଦରୁ ଆସିଥିବା ଷ୍ଟ୍ରାଟେଜିକ କମାଣ୍ଡୋଙ୍କ ସହ ଚାନ୍ଦିପୁର ଆଇଟିଆର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.