Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଷ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଷ

201

ଯାଜପୁର ୧୨ା୫ (ଓଡିଆ ପୁଅ/ବିରଞ୍ଚି ପତ୍ରୀ) ଆଜି ମଧ୍ୟାହ୍ନ ସମୟରେ ଗୋଟିଏ ପରିବାରର ୫ ଟି ବଖରାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୃହ ଉପକରଣ ସାମଗ୍ରୀ ପୋଡି ପାଉଁଷ ହୋଇଥିବା ଅଗ୍ନିଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯାଜପୁର ଜିଲ୍ଲା କୋରାଇ ପଞ୍ଚାୟତ ସମିତି ହଳଦିଗଢିଆ ଗ୍ରା.ପ.ର ହଳଦିଗଢିଆ ଗ୍ରାମରେ ମଧ୍ୟାହ୍ନ ସମୟରେ ଅଗ୍ନି କାଣ୍ଡ ଘଟି ଭାଗିରଥି ନାଥଙ୍କ ୫ଟି ବଖରା ସମସ୍ତ ଆସବାସ ପତ୍ର ପୋଡି ଯାଇଛି। ବିଦ୍ୟୁତ୍ କରେଣ୍ଟରୁ ଏପରି ଆକସ୍ମିକ ଅଗ୍ନିକାଣ୍ଡ ହୋଇଥିବା ବୈତରଣୀ ରୋଡ ଅଗ୍ନିଶ୍ରମ ବଭାଗ ପକ୍ଷରୁ ଅନୁମାନ କରାଯାଉଥିବା ବେଳେ ପକୃତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ୭ଦିନର ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଅନ୍ୟାନ୍ୟ ସରକାରି ସହାୟତା ଯୋଗାଇଦେବାକୁ ବରୁଣ୍ଡାଇ ଗ୍ରା.ପ. ସମିତି ସଭ୍ୟା ତଥା ୨ନଂ ଜୋନ ବିଜେପି ମଣ୍ଡଳ ସପାନେତ୍ରୀ ଜୟନ୍ତୀ ସାହୁ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି।

ବ୍ୟାସନଗର ତହସିଲଦାର ଘଟଣା ସ୍ଥଳ ପରି ଦର୍ଶନ କରି ଅଗ୍ନି ବିପର୍ଣ୍ଣଙ୍କୁ ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ହେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.