Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ୪ଟି ଗୋରୁ ସହ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ୪ଟି ଗୋରୁ ସହ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

30

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ନିକାଣ୍ଡରେ ଜଳିଗଲା ୩ଟି ପରିବାରର ୫ ବଖରା ଘର, ୪ଟି ଗୋରୁ ସହ ଗୋଟିଏ ଛେଳି ମଧ୍ୟ ଜୀବନ୍ତ ଦଗ୍ଧ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍ ବାଣିତିଆ ପଂଚାୟତ ଅନ୍ତର୍ଗତ ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକ ରାତିରେ ଖାଇପିଇ ଶୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଘଟି ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରଖର ଏମିତି ଥିଲା ଯେ ଘରୁ କୌଣସି ଜିନିଷ କାଢିନପାରି ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ପରିବାର ଲୋକେ ବାହାରକୁ ପଳେଇ ଆସିଥିଲେ । ଫଳରେ ନିଆଁର ଝାସରେ ଗୋପବନ୍ଧୁ ଜେନା ଓ ତାଙ୍କର ଦୁଇଭାଇଙ୍କର ୫ ବଖରା ଘର ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ ନିଆଁର ଆଁରେ ଚାରୋଟି ଗୋରୁ ଓ ଗୋଟିଏ ଛେଳିଙ୍କର ଜୀବନ୍ତ ଦଗ୍ଧ ଘଟିଛି । ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଧାନ, ଚାଉଳ, ଆସବାବ ପତ୍ର ଜଳି ପୋଡି ଛାରଖାର ହୋଇଯାଇଛି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା, ହେଲେ ସେତେବେଳକୁ ୩ଟି ପରିବାର ସଂପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.