ୱେଷ୍ଟ ହଷ୍ଟେଲରେ କର୍ମକର୍ତ୍ତା ନିର୍ବାଚନ ଓ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୱେଷ୍ଟ ହଷ୍ଟେଲରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତତ୍ତ୍ୱାବଧାରକ ତଥା ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର କମଳାକାନ୍ତ ଜେନା ଓ ହିସାବ ରକ୍ଷକ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ ୨୦୧୭- ୧୮ ଶିକ୍ଷାବର୍ଷ ପାଇଁ ଛାତ୍ରାବାସର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବ ସମ୍ମତିକ୍ରମେ ସୁମିତକୁମାର ଦାସ (ପ୍ରିଫେକ୍ଟ୍), ଅନ୍ତର୍ଯ୍ୟାମୀ ବେହେରା (ସାଧାରଣ ସଂପାଦକ), ଅମିତକୁମାର ଭାରତୀ (ମୁଖପତ୍ର ସଂପାଦକ), ଅବିନାଶ ବାରିକ (ସାଧାରଣ କକ୍ଷ ସଂପାଦକ), ଚନ୍ଦ୍ରଜିତ ମହାପାତ୍ର (ଉଦ୍ୟାନ ସଂପାଦକ), ସୂରଜକୁମାର ଦାସ (କ୍ରୀଡା ସଂପାଦକ), ପ୍ରଦୀପ ରାମ (ଶୃଙ୍ଖଳା ସଂପାଦକ) ଓ ସମରକୁମାର ମିଶ୍ର (ଯୁକ୍ତଦୁଇ ସାଂସ୍କୃତିକ ସଂପାଦକ) ନିର୍ବାଚିତ ହୋଇଥିଲେ ।  ପଶ୍ଚିମ ଛାତ୍ରାବାସରେ ନବାଗତ ଅନ୍ତେବାସୀଙ୍କ ଉଦେଶ୍ୟରେ ଏକ ସ୍ୱାଗତ-ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଛାତ୍ରାବାସର ତତ୍ତ୍ୱାବଧାରକ ପ୍ରଫେସର କମଳାକାନ୍ତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସ ବରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତକୁମାର ଦାଶ ମୁଖ୍ୟଅତିଥି, ଡକ୍ଟର ସୁବୋଧଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା, ଡକ୍ଟର ଧୀରେନକୁମାର ନାୟକ, ପ୍ରଫେସର ଦେବେନ୍ଦ୍ରକୁମାର ରାଉତ ଓ ପ୍ରଫେସର ଅଜୟକୁମାର ସେଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନବାଗତଙ୍କୁ ଛାତ୍ରାବାସ-ଜୀବନର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ରାବାସରେ ନୂଆକରି ଆଡ୍ମିଶନ ନେଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ, ଯୁକ୍ତ ତିନି ପ୍ରଥମ ବର୍ଷ ଓ ପିଜି ପ୍ରଥମ ବର୍ଷର ୫୩ ଅନ୍ତେବାସୀ କଂସ, ବସୁଦେବ, ରାଧା, କୃଷ୍ଣ, ଗୋପାଳ ଓ ଗୋପୀ ଇତ୍ୟାଦି ବେଶରେ ସଜ୍ଜିତ ହୋଇ ଉତ୍ସବରେ ଯୋଗ ଦେଇଥିଲେ । ବଡଭାଇମାନେ ପ୍ରତ୍ୟେକ ନବାଗତଙ୍କୁ ଗୋଲାପଫୁଲ ଓ ଉପହାର ଦେଇ ସଂବର୍ଦ୍ଧିତ କରିଥିଲେ । ସଂପାଦକ ଅନ୍ତର୍ଯ୍ୟାମୀ, ଅମିତ, ଅମୀୟ, ଉମେଶ, ବାସୁଦେବ ଓ ସୁବ୍ରତ ଉତ୍ସ ବର ପରିଚାଳନା କରିଥିଲେ ଏବଂ ପ୍ରିଫେକ୍ଟ୍ ସୁମିତ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *