ଜିଲ୍ଲା ପରିକ୍ରମା

ୱାର୍ଲଡ୍ ଡାଇବେଟିକ କଂଗ୍ରେସରେ ଭଦ୍ରକର ଡାକ୍ତର ରଞ୍ଜିତ ଖଟୁଆ ସମ୍ବର୍ଦ୍ଧିତ ଓଡିଶା, ବିହାର ଓ ଝାଡଖଣ୍ଡରୁ ଏକମାତ୍ର ଡାକ୍ତର ଭାବେ ପୁରସ୍କୃତ

ଭଦ୍ରକ,୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆମେରିକୀୟ ସଂସ୍ଥା ୱାର୍ଲଡ ଡାଇବେଟିକ କଂଗ୍ରେସ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରେ ଏହାର ଅଧିବେଶନ କରିବା ସହିତ ଡାଇବେଟିକ ନିରାକରଣ କ୍ଷେତ୍ରରେ ସଚେତନତା ସୃଷ୍ଟିି କରୁଥିବା ବିଶ୍ୱର ବିଭିନ୍ନ ଦେଶର ହାଇବେଟିକ ବିଶେଷଜ୍ଞଙ୍କୁ ସମ୍ମାନିତ କରିଥାଏ । ଚଳିତ ବର୍ଷ ଏହି ସଂସ୍ଥାର ଅଧିବେଶନ କୋଲକାତାର ବିଶ୍ୱବାଂଲା କନ୍ଭେନ୍ସନ ସେଣ୍ଟରରେ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ଏହି ରୋଗ ନିରାକରଣ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପକୁ ବିଚାରକୁ ନେଇ ଭାରତର ମୋଟ ୧୬ଜଣ ଡାଇବେଟିକ ବିଶେଷଜ୍ଞଙ୍କୁ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଥିଲା । ଓଡିଶା, ବିହାର ଓ ଝାଡଖଣ୍ଡର ବହୁ ଡାଇବେଟିକ ବିଶେଷଜ୍ଞଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରାଯିବା ପରେ ଡାକ୍ତର ରଞ୍ଜିତ ଖଟୁଆଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଡାକ୍ତର ଖଟୁଆ ଭଦ୍ରକର ଜଣେ ସୁନାମଧନ୍ୟ ଡାଇବେଟିକ ବିଶେଷଜ୍ଞ ଭାବେ ରୋଗୀ ଚିକିତ୍ସା କରିବା ସହିତ ଏହାର ନିରାକରଣ ଦିଗରେ ବହୁ ପଦକ୍ଷେପ ନେଇଛନ୍ତି । ଗତକାଲି ତାଙ୍କୁ ପୁରସ୍କୃତ କରାଯିବା ଉତ୍ସବରେ ବେଙ୍ଗାଲୁରୁର ଡାକ୍ତର ଏସ.ଆର୍. ଅରବିନ୍ଦ ଓ ନାଗପୁରର ଡାକ୍ତର ସୁନିଲ ଗୁପ୍ତା ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ପର୍ତ୍ତୃଗାଲର ଡ. ଲୁଇସ ଗାର୍ଡେଟ କୋରିଆ, ଇଜିପ୍ଟ୍ର ଡ. ଇନାସ୍ ସାଲଟାଉଟ୍, ଇଟାଲିର ଡ. ମେସିମୋ ବେନେଡିଟ୍,  ଅତିଥି ଭାବେ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ହଙ୍ଗେରୀର ଡ. ବର୍କଲ୍ ଲାଜିଓ, ପର୍ତ୍ତୃଗାଲ୍ର ଡ. ଜାଓ ରାପାସୋ, ଇଜିପ୍ଟ୍ର ଡ. ମେବାହ୍ କାମେଲ ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top