୰ କିରଣବାଳାଙ୍କ ସ୍ମୃତିରେ ବୈଶାଖୀ ଜଳଛତ୍ର ଉଦ୍ଘାଟିତ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାଧାରଣତଃ ବୈଶାଖ ମାସରେ ସରକାରୀ ଓ ବେସରକାରୀ ଭାବେ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଛକ ଓ ଯାତାୟତ ରାସ୍ତା ପାଶ୍ୱର୍ରେ ତୃଷିତମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ରମାନ ଖୋଲାଯାଇଥାଏ। ଗତବର୍ଷ ଭଳି ଚଳିତବର୍ଷ ଭଦ୍ରକ ସହରର ବାଇପାସ୍ସ୍ଥିତ ଆରସି ବେହେରା ମେନସନ୍ରେ ୰ କିରଣବାଳା ବେହେରା ସ୍ମୃତି ସଂସଦ ପକ୍ଷରୁ ଏକ ବୈଶାଖୀ ଜଳଛତ୍ର ଖୋଲାଯାଇଛି। ଏହି ଜଳଛତ୍ରରେ ଯାତାୟତ କରୁଥିବା ଲୋକମାନଙ୍କୁ ଥଣ୍ଡା ପାନୀୟ ସହ ଘୋଳ ଦହି ସରବତ ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ କେବଳ ଭଦ୍ରକ ନୁହେଁ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଭାବେ ପ୍ରସିଦ୍ଧ ଲାଭ କରିଥିବା ସମାଜସେବୀ ରାମଚନ୍ଦ୍ର ବେହେରାଙ୍କ ପତ୍ନୀ କିରଣବାଳାଙ୍କର ଅଚାନକ ଯୁବାବସ୍ଥାରେ ଦେହାନ୍ତ ହୋଇଥିଲା। ତାଙ୍କରି ସ୍ମୃତିରେ ଏହି ଜଳଛତ୍ର ଖୋଲାଯାଇ ତୃଷିତମାନଙ୍କୁ ଦହି ସରବତ ସହ ଥଣ୍ଡା ପାନୀୟ ଯୋଗାଇ ଦିଆଯାଉଛି। ଯାହାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *