୯ ରୁ ଆରମ୍ଭ ହେବ ବସ୍ ଷ୍ଟାଣ୍ଡ କାର୍ଯ୍ୟ

ପୁରୀ, ୩/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ବସଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ। ଏଥିପାଇଁ ୭ ତାରିଖରେ ପ୍ରସ୍ତୁତି ଚୂଡାନ୍ତ ସହ ୮ ତାରିଖରେ ଲେବଲିଙ୍ଗ କରାଯିବ ବୋଲି ସର୍କିଟ୍ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ୩ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ବସଷ୍ଟାଣ୍ଡ ନିର୍ମାଣ ସମୟରେ ଶରଧାବାଲିରେ ଅସ୍ଥାୟୀ ଷ୍ଟାଣ୍ଡ କରାଯାଇ ବସ ଚଳାଚଳ ହେବ। ବ୍ରହ୍ମଗିରି, ଗୋପ, କୋଣାର୍କ, ଓ ନିରାକାରପୁର ଯାଇଥିବା ମିନି ବସ ଗୁଡିକୁ ନରେନ୍ଦ୍ର କୋଣ ସ୍ଥିତ ଓଆରଟି ଗ୍ୟାରେଜ ପରିସରରୁ ଚଳାଚଳ କରାଯିବ। ଜାନୁ୍ରଆରୀ ୨୬ ପ୍ୟାରେଡ୍ ପାଇଁ ୫ ଦିନ ଧରି ଶରଧାବାଲିରୁ ବସ ଚଳାଚଳ କରିବ ନାହିଁ ବୋଲି ବୈଠକରେ ସ୍ଥିରକୃତ ହୋଇଥିଲା। ବୈଠକରେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପୈାରନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ପୂର୍ତନିର୍ବାହୀ ଯନ୍ତ୍ରୀ ନିରୋଜ ଦାସ, ପୈାରମନ୍ତ୍ରୀ ଶରତ ମିଶ୍ର, ତହସିଲଦର ପ୍ରବୀର କୁମାର ଖିଲାର, ସିଟିଡିଏସପି ପ୍ରଶାନ୍ତ ପଟ୍ଟନାୟକ, କୁମ୍ଭାରପଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ, ପୈାରସଦସ୍ୟ ପ୍ରଦୀପ କୁମାର ନାୟକ, ଘରୋଇ ବସ ମାଲିକ ସଂଘ ସଂପାଦକ ଲୋକନାଥ ପାଣି, ଶେଷଦେବ ମିଶ୍ର, ତପନ ମହାନ୍ତି, ପ୍ରଦୀପ ଦାସ, କୃଷ୍ଣ ସେନାପତି, ନୀଳଗିରି ମୋଟର କର୍ମଚାରୀ ସଂଘ ସଂପାଦକ ହୃଷିକେଶ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *