ଓଡ଼ିଶା

୯ ମାସ ପୂର୍ବରୁ ଭଙ୍ଗ ହେଲା ବିଧାନ ସଭା: କାମଚଳା ମୁଖ୍ୟମନ୍ତ୍ରୀ ହେଲେ କେସିଆର୍

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କର କ୍ୟାବିନେଟ ବଡ଼ ନିଷ୍ପତି ନେଇଛନ୍ତି। କେସିଆର କ୍ୟାବିନେଟ ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରି ନିର୍ବାଚନ କରାଇବାର ନିର୍ଣ୍ଣୟ ନେଇଛନ୍ତି। ତେଲେଙ୍ଗାନାର ବିଧାନସଭାର କାର୍ଯ୍ୟକାଳ ୨ ଜୁନ ୨୦୧୯ ପର୍ଯ୍ୟନ୍ତ ଥିଲା ଏବଂ ତେଲେଙ୍ଗାନାରେ ନିର୍ବାଚନ ଲୋକସଭା ନିର୍ବାଚନ ସହିତ ହେବାର ଥିଲା। କେସିଆର ଅଳ୍ପ ସମୟରେ ଏହି ନିଷ୍ପତିର ସୂଚନା ରାଜ୍ୟପାଳଙ୍କୁ ଦେଇଥିଲେ। କେସିଆରଙ୍କର ଟିଆରଏସ ଚାହୁଁଛି କି ତେଲେଙ୍ଗାନାରେ ନିର୍ବାଚନ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ସହିତ କରାଯାଉ ବୋଲି।

ଚନ୍ଦ୍ରଶେଖର ରାଓ ବହୁତ ଦିନରୁ ଏହି ବିଷୟରେ ନିଷ୍ପତି ନେବାକୁ ଭାବୁଥିଲେ। ଏହାକୁ ନେଇକରି ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ। ନିକଟରେ ମୁଖ୍ୟମନ୍ତ୍ରୀ କେସିଆର ରାଜ୍ୟରେ ମେଗା ରାଲିର ଆୟୋଜନ କରିଥିଲେ। ତା’ ସହିତ ହିଁ ରାଜ୍ୟରେ ବଡ଼ ସ୍ତରରେ ଆଇପିଏସ ଏବଂ ଆଇଏଏସ ଅଧିକାରୀମାନଙ୍କର ଅଦଳ ବଦଳ ମଧ୍ୟ କରିଥିଲେ। କେସିଆର ଟିଆରଏସର ବରିଷ୍ଠ ନେତାମାନଙ୍କ ସହିତ ନିର୍ବାଚନ ଚର୍ଚ୍ଚା କରି ପ୍ରସ୍ତୁତିର ବିଚାର ବିମର୍ଷ କରୁଥିଲେ।

ତେଲେଙ୍ଗାନାରେ ବିଧାନସଭାର ସର୍ବମୋଟ ୧୧୯ ଆସନ ଅଛି। ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ନିକଟରେ ୯୦, କଂଗ୍ରେସ ୧୩ ଏବଂ ବିଜେପି ନିକଟରେ ୦୫ଟି ଆସନ ଅଛି।

ତେଲେଙ୍ଗାନା ବିଧାନସଭା ଭାଙ୍ଗିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍ର ମଞ୍ଜୁରି ମିଳିବା ପରେ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ଚନ୍ଦ୍ରଶେଖର ରାଓ। ସୁପାରିଶକୁ ଗ୍ରହଣ କରିବା ସହ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କେ ଚନ୍ଦ୍ରଶେଖର ରାଓଙ୍କୁ ନିଯୁକ୍ତି କଲେ ରାଜ୍ୟପାଳ ଇ.ଏସ୍.ଏଲ୍ ନରସିଂହଁ। ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଆହୁରି ୯ ମାସ ଥିବା ବେଳେ କ୍ୟାବିନେଟରେ ବିଧାନସଭା ଭଙ୍ଗ ନିଷ୍ପତ୍ତି ପରେ ଆଗୁଆ ନିର୍ବାଚନ ପାଇଁ ବାଟ ପରିସ୍କାର ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳ ଇଏସଏଲ ନରସିମ୍ହାଙ୍କୁ ଭେଟି ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top