ଓଡ଼ିଶା

୯୨୭୬ ଅଲିଭ ରିଡଲେ ଅଣ୍ଡା ସଂଗ୍ରହ

ପୁରୀ, ୧୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସମୁଦ୍ର ବେଳାଭୂମୀରେ ବିରଳ ରିଡରେ କଇଁଚଙ୍କ ଅଣ୍ଡାଦାନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଂଛି। ଆସନ୍ତା ମାର୍ଚ୍ଚ ସପ୍ତାହରେ ଏହି ଅଣ୍ଡାରୁ ଛୁଆ ଫୁଟିଆ ଆରମ୍ଭ ହେବ। ଏହି ବିରଳ କଇଁଛ ମାନଙ୍କର ନିରାପଦା ଓ ସମୁଦ୍ର ଅଣ୍ଡାଦାନ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମକୁ କଡାକଡି କରାଯାଇଛି। ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୋଟ ୯୨୭୬ ଅଣ୍ଡା ସଂଗ୍ରହ କରାଯାଇ ଅସ୍ତାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରର ୭୩ ଟି ବସାରେ ସୁରକ୍ଷିତ ଉପାୟରେ ରଖାଯାଇଛି। କଅଁରପୁର ଅସ୍ଥାାୟୀ ପ୍ରଜନନକେନ୍ଦ୍ରର ୬୬ ଟି ବସାର ୮୨୦୪। ଚନ୍ଦ୍ରଭାଗା ଅସ୍ଥାୟୀ ୭ ଟି ବସାରେ ୧୦୭୨ ଟି ଅଣ୍ଡା ସଂଗ୍ରହ କରି ରଖାଯାଇଛି। ଏହି ଅଣ୍ଡା ୪୫ ରୁ ୫୦ ଦିନ ମଧ୍ୟରେ ଛୁଆ ଫୁଟିବା ପରେ ସୁରକ୍ଷିତ ଭାବେ କଇଁଛ ଛୁଆମାନଙ୍କୁ ଗଭୀର ସମୁଦ୍ରରେ ଛହାଯିବ। ଗତବର୍ଷ ଅଣ୍ଡାଦାନ ପ୍ରକ୍ରିୟା ଡିସେମ୍ବର ମାସ ଶେଷ ସପ୍ତାହରେ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନବିଭାଗ ସୂଚନା ଦେଇଛି। ଅନୁକୂଳ ପାଗ ଯୋଗୁଁ ଚଳିତ ବର୍ଷଅଲିଭ ରେଡଲେଙ୍କ ଅଣ୍ଡାଦାନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି ବୋଲି କୋଣାର୍କ ବନାଚଂଳ ବ୍ୟନ୍ୟପ୍ରାଣୀ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଏହି ବିରଳ ଅଲିଭ ରିଡେଲଙ୍କ ଅଣ୍ଡାଦାନ ସୁରକ୍ଷା ପାଇଁ ଚନ୍ଦ୍ରଭାଗା କଅଁରପୁର ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ଖୋଲା ଯାଇଛି। ଅଲିଭ ରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡାଗୁଡିକ ବିଲୁଆ କୁକରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top