୯ମ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକମେଳା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କର ଚୂଡ଼ାନ୍ତ ବୈଠକ

ଯାଜପୁର -୧୨/୧୨(ଓଡିଆ ପୁଅ /ଏ.ରାଉତ) ଅନନ୍ୟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯ମ ଯାଜପୁର ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳା ନିମନ୍ତେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଯାଜପୁର ଜିଲାର ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଏକ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଉପ-ସଭାପତି ବିଭୂତି ଭୂଷଣ ମହାପାତ୍ର ପରିଚୟ ପ୍ରଦାନ କରିଥିଲେବିଗତ ୮ ବର୍ଷଧରି ପାଳିତ ହୋଇଆସୁଥିବା ଯାଜପୁର ପୁସ୍ତକମେଳା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଯୋଗଦେଇ ପୁସ୍ତକମେଳା ଏକ ସାରସ୍ୱତ ଭଣ୍ଡାର। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ପଠନାଭ୍ୟାସ ବୃଦ୍ଧି କରିବାପାଇଁ ପୁସ୍ତକମେଳାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଶ୍ରୀ ଭୋଳ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତାଭାବେ ଯାଜପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଯୋଗଦେଇ ପୁସ୍ତକମେଳା ମାଧ୍ୟମରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କବି, ଲେଖକ, ପ୍ରାବନ୍ଧିକ ଓ ସାହିତ୍ୟିକମାନଙ୍କର ଅମ୍ଳାନ ସୃଷ୍ଟିକୁ ହାତ ପାହାନ୍ତାରେ ପାଇବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ବୋଲି ପ୍ରକାଶ କରିଥିଲେ। ବିଶିଷ୍ଟ ବକ୍ତାଭାବେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନିହାର ରଞ୍ଜନ ଦାଶ ଯୋଗଦେଇ ପୁସ୍ତକମେଳାର ସ୍ୱତନ୍ତ୍ର ରୂପରେଖ ସମ୍ପର୍କରେ ଆଲୋଚନା କରିବା ସହ ସାରସ୍ୱତ ମଞ୍ଚର ସଂଯୋଜନା ଉଚ୍ଚକୋଟୀର ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥିଭାବେ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ପୁସ୍ତକମେଳାରେ କୁଇଜ୍ ପ୍ରତିଯୋଗିତା କରିବା, ବିଭିନ୍ନ କବି ଓ କବୟତ୍ରୀଙ୍କ ପୁସ୍ତକକୁ ଉନ୍ମୋଚନ କରିବା ସହ ଅଧ୍ୟକ୍ଷ, ଅଧ୍ୟକ୍ଷାମାନଙ୍କୁ ମଞ୍ଚାସୀନ କରିବାପାଇଁ ପ୍ରକାଶ କରିଥିଲେ। ଏହି ପୁସ୍ତକମେଳା ୮ ଦିନ ଧରି ଅନୁଷ୍ଠିତ ହେବାସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ପୁସ୍ତକମେଳା କମିଟି ସୂଚନା ଦେଇଛି।ଏହି ବୈଠକରେ ପ୍ରାଧ୍ୟାପକ ଉଦୟନାଥ ପରିଡ଼ା, ଡଃ. ବିନୋଦ ଚନ୍ଦ୍ର ନାୟକ, ବଳରାମ ମହାନ୍ତି, ମଳୟ କୁମାର ଜେନା, ସୁଧାଂଶୁ ରଥ, ମିନାକ୍ଷୀ ମିଶ୍ର, ପ୍ରତିମା କୁମାରୀ ମହାନ୍ତି, ରଣଜିତ ସିଂ, ଡ. ଇନ୍ଦୁପ୍ରଭା ସାମଲ, ଶୈଳଜା ନାୟକ, ଦେବୀ ପ୍ରସାଦ ସାହୁ, ବସନ୍ତ କୁମାର ତ୍ରିପାଠୀ, ଡ. କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ, ଚିନ୍ତାମଣି ସାମନ୍ତ, ଭାଗ୍ୟଧର ନାୟକ, ମନୋଜ କୁମାର ମିଶ୍ର, ଚନ୍ଦ୍ରମଣି ଦାସ, ଡ. ଅକ୍ଷୟ କୁମାର ପଣ୍ଡା, ନିର୍ମଳ କୁମାର ଜେନା, ବିରଜା କିଂକର ଦାସ, ଅନ୍ନଦା ଶଙ୍କର ଶତପଥୀ, ଅଖିଳ ରଞ୍ଜନ ପତି, ଡ. ବଙ୍କିମ ମହାପାତ୍ର, ସରୋଜ କୁମାର ଦାସ, ପ୍ରକାଶ ଚନ୍ଦ୍ର ବରାଳ, ସ୍ୱୟଂପ୍ରଭା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାମଲ, ମିନାକ୍ଷୀ ଦେବତା, ସଚ୍ଚିଦାନନ୍ଦ ତ୍ରିପାଠୀ, ସୁକାନ୍ତ କୁମାର ଜେନା, ସନ୍ତୋଷ କୁମାର ବେହେରା, ଜଟାଧର ସେଠୀ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଅନନ୍ୟା ସାହିତ୍ୟ ସଂସଦ ତରଫରୁ ସଙ୍ଗଠନ ସମ୍ପାଦକ ହୃଷିକେଶ ପତି, ସାଂସ୍କୃତିକ ସମ୍ପାଦକ ପାଣ୍ଡବ ଚରଣ ସାହୁ, ଆଦିତ୍ୟ ମହାନ୍ତି, ପ୍ରଭାତ କୁମାର ରାଉତରାୟ ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *