୯ଦଫା ଦାବୀ ପୂରଣ ପାଇଁ ଲମତାପୁଟ ବନ୍ଦ

କୋରାପୁଟ;ତା୧୭-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ) ୯ଦଫା ଦାବୀ ପୂରଣ ପାଇଁ ଦଳମତ ନିର୍ବି ଶେଷରେ ଲମତାପୁଟ ବାସୀଙ୍କ ଦ୍ୱାରା ସୋମବାର ଲମତାପୁଟ ବ୍ଲକ ବନ୍ଦ ପାଳନ ହୋଇଛି । ବନ୍ଦ ପାଳନ ଯୋଗୁଁ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ,ସ୍କୁଲ କଲେଜ,ଦୋକାନ ବଜାର ବନ୍ଦ ରହିଥିବାବେଳେ ଲମତାପୁଟ ଦେଇ ଅନକାଡେଲି,ଜୟପୁର,ବିଜୟନଗରମ,ବିଶାଖାପାଟଣାକୁ ବସ ଚଳାଚଳ ବନ୍ଦ ରହିଥିଲା । ଲମତାପୁଟ ବ୍ଲକର ଗମନା ଗମନ,ଶିକ୍ଷା,ସ୍ୱାସ୍ଥ୍ୟ, ବିଦ୍ୟୁତ ସଂଯୋଗ ସମେତ ଅନ୍ୟାନ୍ୟ ସମସ୍୍ୟାର ସମାଧାନ ପାଇଁ ଅଂଚଳବାସୀ ବହୁବାର ଦାବୀ କରିଛନ୍ତି କିନ୍ତୁ ତାହା ଆଜି ଯାଏ ପୂରଣ ହୋଇ ପାରି ନଥିବାରୁ ଆଜି ବନ୍ଦ ପାଳନ କରା ଯାଉଥିବା କୁହା ଯାଉଛି । ଅଂଚଳବାସୀଙ୍କ ପ୍ରମୁଖ ୯ଟି ଦାବୀରେ ଲମତାପୁଟର ଅନକାଡେଲିରେ ବିଦ୍ୟୁତ ଉତ୍ପାଦନ ହେଉଛି,କିନ୍ତୁ ଏହି ଅଂଚଲବାସୀ ଅନେକ ସମୟରେ ଅନ୍ଧାରରେ ରହୁଛନ୍ତି ତେଣୁ ବିଦ୍ୟୁତ ବିଭାଗର ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି,ଲମତାପୁଟରୁ କୋଟା ଛକ ରାସ୍ତା ନିର୍ମାଣରେ ମନ୍ଥରତା ରହୁଥିବାରୁ ପାହାଡର ବର୍ଷାଜଳ ସବୁ ଘରେ ଓ ଚାଷ ଜମିରେ ମାଡି ଯାଉଛି,ତେଣୁ ରାସ୍ତା କାମ ତୂରନ୍ତ ଶେଷ କରିବା ସହ ସୁରକ୍ଷା ପାଚେରୀ ନିର୍ମାଣ କରିବା,ଲମତାପୁଟ ସଦର ମହକୁମାକୁ ବିଭିନ୍ନ କାମରେ ୧୫ଟି ପଂଚାୟତର ଲୋକେ ଆସି ଥାଆନ୍ତି, ସେମାନଙ୍କ ପାଇଁ କୌଣସି ବିଶ୍ରାମଗାର,ଶୌଚଳୟ ନଥିବାରୁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି,ତେଣୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଧୀନରେ ଥିବା ଜମିରେ ଜନ ସାଧାରଣଙ୍କ ପାଇଁ ବିଶ୍ରାମାଗାର,ଶୌଚାଳୟ ତିଆରି କରା ଯାଉ,ଲମତାପୁଟ ହାଟ ମୁଖ ରାସ୍ତାରେ ବସୁଥିବାରୁ ଟ୍ରାଫିକ ସମସ୍ୟା ହେବା ସହ ଲୋକେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି, ତେଣୁ ସାପ୍ତାହିକି ହାଟ ସରକାରୀ ଜାଗାରେ ସ୍ଥାନାନ୍ତର କରାଯାଉ,ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ୩୦ଟି ଶଯ୍ୟା ରଖାଯାଉ,ଏଠାରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ଲୋକେ ନନ୍ଦପୁର,ବୈପାରୀଗୁଡା କିମ୍ବା ଜୟପୁର ଯିବାକୁ ପଡୁଛି,ତେଣୁ ଲମତାପୁଟରେ ଏକ ଶବ ବ୍ୟବଚ୍ଛେଦ ଗୃହ ପ୍ରତିଷ୍ଠା କରା ଯାଉ,ବ୍ଲକର ୪ଟି ପଂଚାୟତ ଉପର କୋଲାବ ଜଳ ଭଣ୍ଡାର ଦ୍ୱାରାବିଚ୍ଛିନ୍ନ ହୋଇଥିବାରୁ ସେମାନଙ୍କ ଯାତାୟତ ପାଇଁ ସିନ୍ଧିପୁଟରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯାଉ, ସ୍ୱୟଂ ସହାୟିକା ଗୋଷ୍ଠୀ ସଭା ପାଇଁ ଏକ ସଭାଗୃହ ନିର୍ମାଣ ଏବଂ ଲମତାପୁଟରେ ମିନି ଷ୍ଟାଡିଅମ ନିର୍ମାଣ ଲାଗି ସରକାରୀ ଜମି ଚିହ୍ନଟ କରି କ୍ରୀଡା ବିଭାଗକୁ ହସ୍ତାନ୍ତର କରାଯିବା ଇତ୍ୟାଦି ଦାବୀ ରହିଥିଲା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *