୯ଦଫା ଦାବିରେ ବିଜେପିର ଭଦ୍ରକ ବ୍ଲକ ଘେରାଉ

ଭଦ୍ରକ, ୨୦ା୧୧(ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଳକର ୩୬ ପଞ୍ଚାୟତରେ ମାଟିଆଗୁଣ୍ଡି, ଚକଡ଼ା ଓ ମୂଳସଢ଼ା ରୋଗ ଓ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷ ଜମିକୁ କୃଷି ବିଭାଗ ଅଧିକାରୀ ଗସ୍ତ କରି ସଠିକ ରିପୋର୍ଟ ପ୍ରଦାନ କରି ଚାଷୀଙ୍କୁ ତୁରନ୍ତ ସହାୟତାର ବ୍ୟବସ୍ଥା କରିବା, ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ଚାଷୀଙ୍କୁ ଏହି ଯୋଜନାରେ ଅର୍ନ୍ତଭୂକ୍ତ କରିବା, କେନ୍ଦ୍ର ସରକାରଙ୍କ କୃଷ ିସିଞ୍ଚାଇ ଯୋଜନା, ମୂର୍ତ୍ତୀକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଓ ଉଦ୍ୟାନ କୃଷି ଯୋଜନାକୁ କିୟାଶୀଳ କରିବା, ଚାଷୀଙ୍କୁ କୃଷି ବିହନ ଓ କୀଟନାଶକ ଯୋଗାଇବାକୁ ଉଦ୍ଧିଷ୍ଟ ସୁରଭୀ ଯୋଜନାରେ ହୋଇଥିବା ଦୁର୍ବୀତିର ପର୍ଦ୍ଦାଫାସ ସହିତ କାର୍ଯ୍ୟାନୁଷ୍ଠାନ, ଭଦ୍ରକ ବ୍ଲକରେ ଅଚଳ ଉଠାଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ ପରି ୯ଦଫା ଦାବିରେ ବିଜେପି ଭଦ୍ରକ ଶାଖା ପକ୍ଷରୁ ଆଜି ଭଦ୍ରକ ବ୍ଲକ ଘେରାଉ କରାଯାଇଥିଲା । ପ୍ରଥମେ ବିଜେପି ନେତା ଓ କର୍ମୀଙ୍କର ଏକ ବିଶାଳ ଶୋଭାଯାତ୍ରା ବିଭିନ୍ନ ସରକାରୀ ବିରୋଧି ସ୍ଲୋଗାନ ଦେଇ ଜିଲ୍ଲା ପାର୍ଯ୍ୟାଳୟରୁ ବାହାରି ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁ୍ଖରେ ପହଞ୍ଚିଥିଲା । ସେଠାରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନାଙ୍କ ସଭାପେତିତ୍ୱରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ରାଜ୍ୟ ଉପସଭାପତି ପ୍ରାକ୍ତନ ବିଧାୟକ ବିଷ୍ଣୁ ସେଠୀ, ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ଭଦ୍ରକ ବିଧାନସଭା ନେତା ଡ଼ାକ୍ତର ପ୍ରଦୀପ ନାୟକ, ଲୋକସଭାସ୍ତରୀୟ ନେତା ଶରତ ଦାସ, ପ୍ରାକ୍ତନ ବ୍ଲକ ଚେଆରମେନ ଭାସ୍କର ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ରାଜ୍ୟସରକାରଙ୍କ କୃଷିମାରଣ ନିତୀକୁ ତୀବ୍ର ସମାଲୋଚନା କରିଥିଲେ । ଚାଷୀ ଆତ୍ମହତ୍ୟା ସମୟରେ କୃଷି ମନ୍ତ୍ରୀଙ୍କ ଚାଷୀଙ୍କ ବିରୁଦ୍ଧରେ ମନ୍ତବ୍ୟ କଟାଘାରେ ଚୂନ ଦେବା ସଦୃଶ େବୋଲି କହିଥିଲେ । ସେହିପରି ଖନନଗତ ତୃଟି ଯୋଗୁଁ ଅଣ୍ଡାଇପଲ୍ଲୀ ବେତରା ଦେଇ ଯାଇଥିବା ନୂଆନଈ କେନାଲରୁ ବାହାରିଥିବା ନଳାଙ୍ଗ, କଲେଇ, ଆନନ୍ଦବଜାରକୁ ସଂଯୋଗ କରୁଥିବା କେନାଲ, ବାଣିତିଆ, ବନ୍ଧଗାଁ ଚାଷଜମିକୁ ଜଳ ଯୋଗାଉଥିବା କାଉପୁର ଓ ରାଣିତାଲ କେନାଲ, ଖଣ୍ଡତଡ଼ାର ଇରିଗେସନ ମାଇନର କେନାଲ, ଚଣ୍ଡିଗାଁ, ସାବରଙ୍ଗ, ଏରଡ଼ା ବାଟେ ଯାଇଥିବା କେନାଲ, ରାନ୍ଦିଆ, ଓଲଙ୍ଗ ମାଇନର ଇରିଗେସନ କେନାଲ ଏବେ ଚାଷୀଙ୍କ ହିତରେ ଲାଗୁନଥିବାରୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ଚାଷୀଙ୍କ ଆଖିର ଲୁହରେ ସରକାର ଭାସିଯିବେ ବୋଲି ଉପସ୍ଥିତ ନେତୃମଣ୍ଡଳୀ ଚେତବାନୀ ଦେଇଥିଲେ । ସେହିପରି  ଜିଲ୍ଲାସ୍ତରୀୟ ନେତା ଅମ୍ପିକା ଦାସ, ବିଦ୍ୟାଧର ସାହୁ, ଶରତ ପଢ଼ିଆରୀ, ତପନ ମହାନ୍ତି, ସପନ ଦାସ, ଅମରେଶ ନାୟକ, ଜିଲ୍ଲା ମୋର୍ଚ୍ଚା ସଭାପତି ସୁରେଶ ସାମଲ, ସଂଜୀବ ଜେନା, ସେକ ଆବୁତୋଲ୍ଲା, ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ଉତ୍ତମ ପାତ୍ର, ନାରାୟଣ ସେନାପତି, ପ୍ରଭାକର ସାମଲ, ମଣ୍ଡଳ ସାଧାରଣ ସମ୍ପାଦକ କମଳା ବେହେରା, ପ୍ରତାପ ନାୟକ, ଲକ୍ଷ୍ମୀଧର ରାଉତ, ଧର୍ମାନନ୍ଦ ପଣ୍ଡା, ସୁଦର୍ଶନ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ସାମଲ, ପ୍ରମୋଦ ସାମଲଙ୍କ ସମେତ ହଜାରେରୁ ଅଧିକ ନେତା ଓ କର୍ମୀ ଯୋଗଦେଇଥିଲେ । ଶେଷରେ ପ୍ରାକ୍ତନ ସରପଞ୍ଚ ତଥା ବରିଷ୍ଠ ନେତା ଗୋବିନ୍ଦ ଥାଟ୍ଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *