ଜିଲ୍ଲା ପରିକ୍ରମା

୮ ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଇଂରାଜୀ, ଗଣିତ, ହିନ୍ଦୀ, ସାଂସ୍କୃିତ ବହି ମିଳିନାହିଁ ପାଠପଢି ପରିକ୍ଷା ଦେବେ କେମିତି

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ରାଜ୍ୟ ସରକାର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଗତ ଏକ ବର୍ଷ ହେଲା ମିଶାଇ ଦେବା ଫଳରେ ଏବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇ ଅଧ୍ୟୟନ କରୁଛନ୍ତି। ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସରକାର ସମସ୍ତ ପଢା ବହି ସହିତ ଡ୍ରେସ ଯୋଗାଇ ଦେଇ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଛନ୍ତି। ସେମିତି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଡ୍ରେସ ସହିତ ପଢା ବହି ଯୋଗଇ ଦେଇଛନ୍ତି। କିନ୍ତୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବର୍ଷ ସରିଆସୁଥିଲେ ମଧ୍ୟ ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ ବହି ବର୍ତ୍ତମାନ ସୁଦ୍ଧା ବଣ୍ଟାଯାଇନଥିବା ଅଭିଯୋଗ ହୋଇଛି। ନୁଆପଡା ଜିଲା ଖଡିଆଳ ଗୋଷ୍ଠି ଶିକ୍ଷାାଧିକାରୀ କାର୍ଯ୍ୟାଳୟରେ ଦିର୍ଘଦିରୁ ଏହି ଚାରିଖଣ୍ଡ ବହି ଗଛିତ ରହିଥିଲେ ମଧ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟା ଯାଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ। ବର୍ତ୍ତମାନ ଶିକ୍ଷା ବର୍ଷ ଶେଷ ହୋଇ ଆସୁଛି। ବହି ମହଜୁଦ ଅଛି। କିନ୍ତୁ ବଣ୍ଟା ଯାଇନାହିଁ।ବର୍ତ୍ତ ମାନ ବହି ବଣ୍ଟା ହେଲେ ମଧ୍ୟ କମ ସମୟରେ ଛାତ୍ର୍ର ଛାତ୍ରୀ ମାନେ କେମିତି ପରିକ୍ଷା ଦେଇପାରିବେ ତାହା ବଡ ପ୍ରଶ୍ନବାଚୀ ହୋଇପଡିଛି। ଏ ବିଷୟରେ ଖଡିଆଳ ଏବିଇଓ ବଳଧର ନାଗ ଙ୍କ ସହିତ ଯୋଗାଯୋଗ କରାଯିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ବହି ଗୁଡାକ ଆସିଛି ସମସ୍ତ ବହି ଯୋଗାଇ ଦିଆଯାଇଛି ବୋଲି ବହି ନ ବାଣ୍ଟିବା ଅଭିଯୋଗ ମିଛ ବୋଲି ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top