ଓଡ଼ିଶା

୮ ବର୍ଷ ପରେ ୨ ହିତାଧିକାରୀଙ୍କୁ ଟଙ୍କା ନପାଇବା ପ୍ରସଙ୍ଗ କାଶୀପୁର ବିଡିଓଙ୍କୁ ୧୦ଦିନର ମହଲତ ନହେଲେ ଥାନାରେ ମମଲା ରୁଜୁ

ରାୟଗଡା, ୬।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) – ଗତ ୮ବର୍ଷ ଧରି ଚମ୍ପାପଦର ଗାଁର ଧବଳୀ ଝୋଡିଆ ଓ ଅର୍ଜୁନ ଝୋଡିଆଙ୍କୁ ପୋଖରୀ ଖୋଳା ବାବଦକୁ ଟଙ୍କା ନମିଳିବା ଘଟଣା କାଶୀପୁର ବିଡିଓଙ୍କୁ ମହଙ୍ଗା ପଡିଛି। ବିଡିଓଙ୍କୁ ୧୦ଦିନର ମହଲତ ଦିଆଯାଇଛି। ଏମଜିଏନଆରଇଜିଏ ଆକ୍ଟକୁ ପାଳନ କରିବାରେ ବିଫଳ ହୋଇଥିବାରୁ ତୁମ ବିରୋଧରେ କାହିକି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଟାନ ତଥା ଏତଲା କାହିଁକି ଦିଆନଯିବ, ଆସନ୍ତା ୧୩ତାରିଖ ସୁଦ୍ଧା ଆମ୍ବୁ୍ୟଡସମ୍ୟାନଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଗତ ୨ ତାରିଖରେ ନୋଟିସ ଜାରି ହୋଇଛି।

୨୦୧୦ ମସିହାରେ କାଶୀପୁର ବ୍ଲକ କୋଡିପରି ପଞ୍ଚାୟତ ଚମ୍ପାପଦର ଗାଁର ଧବଲୀ ସାହୁ ଓ ଅର୍ଜୁନା ଝୋଡିଆ ମୋ ପୋଖରୀ ଯୋଜନାରେ ନିଜର ଗୋଟିଏ ଗୋଟିଏ ଫର୍ମପଣ୍ଡ ଖୋଳିଥିଲେ। କାର୍ଯ୍ୟାଦେଶ ଓ ସରକାରୀ ବାବୁଙ୍କ କଥାକୁ ଭରଷା କରି ଶ୍ରମିକଙ୍କୁ ନିୟୋଜିତ କରି ପୋଖରୀ କାମ ଶେଷ କରିଦେଇଥିଲେ। ପୋଖରୀ ଖୋଳା ସରିବା ପରିଠାରୁ ଗତ ୮ବର୍ଷ ଧରି ଉଭୟ ଧବଲୀ ସାହୁ ଓ ଅର୍ଜନୁ ଝୋଡିଆ ୨ ଜଣ ହିତାଧିକାରୀ କୋଡିପାରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ କାଶୀପୁର ବ୍ଲକକୁ ବୁଲିବୁଲି ନୟାନ୍ତ ହୋଇଯାଇଥିବା ଖବର ଓଡ଼ିଆ ପୁଅରେ ଗତ ୨୬ ତାରିଖରେ ପ୍ରକାଶ ପାଇଥିଲା। ଏପରିକି ଶ୍ରମିକ ମାନେ ଟଙ୍କାପାଇଁ ଘରଦାଣ୍ଡର ଆସି ହଟଗୋଳ କରିବାରୁ ୨ ହିତାଧିକାରୀ ଜମି ଓ ସୁନା ବନ୍ଧକ ରଖି ମୁଲଟଙ୍କା ପଇଠ କରିଥିବା ସମ୍ପର୍କରେ ଆମ୍ବୁୟଡସମ୍ୟାନଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ପରେ ଆମ୍ବୁ୍ୟଡସମ୍ୟାନ ବିଦୁଲତା ହୁଇକା କ୍ଷେତ୍ର ପରିଦର୍ଶନ କରିବାପରେ କ୍ଷେତ୍ରରେ ଏମଜିଏଆଇଜିଏ ଆକ୍ଟର ଅପବ୍ୟବହାର ହୋଇଥିବା ଉପଲବ୍ଧି କରିଥିଲେ। ଏପରିକି ୭ ଦିନରେ ଥରେ ମଜୁରୀ ଟଙ୍କା ପ୍ରଦାନ କରିବାପାଇଁ ଆକ୍ଟରେ ଉଲ୍ଲେଖ ରହିଥିବା ବେଳେ ଏହାକୁ ମଧ୍ୟ ପଞ୍ଚାୟତ ସମିତ ପକ୍ଷରୁ ପାଳନ କରାଯାଇନଥିବା ଜାଣିବାକୁ ପାଇଥିଳେ। ତେଣୁ ତୁରନ୍ତ ୨ ହିତାଧିକାରୀଙ୍କୁ ପ୍ରତ୍ୟେକେ ୫୦ହଜାର ଟଙ୍କା ଲୋଖାଏଁ ମୋ ପୋଖରୀ ବାବଦକୁ ପ୍ରଦାନ କରିବାପାଇଁ ୨୦୧୭ ମସିହା ନଭେମ୍ବର ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିବା ସର୍ମ୍ପକିତ ସବିଶେଷ ଖବର ପ୍ରକାଶ ପାଇଥିଲା। ନିର୍ଦ୍ଦେଶ ଦେବାର ୬ମାସ ବିତିଯାଇଥିଲେ ମଧ୍ୟ କାଶୀପୁର ବିଡିଓ ଏହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଏଭଜିଏନଆରଇଜିଏ ଆକ୍ଟ ଅନୁଶୀଳନୀ–୮.୧(ଆଇଭି), ଆମ୍ବୁଡସମ୍ୟାନଙ୍କ କ୍ଷମତା ପ୍ରକାରେ ଆସନ୍ତା ୧୩ତାରିଖ ପୂର୍ବାହ୍ନ ୧୧ଘଣ୍ଟା ୩୦ମିନଟ ସୁଦ୍ଧା ତୁମ ଉପରେ କାହିଁକି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଟାନ ସହ ଏତଲା କାହିଁକି ଦିଅନଯିବ ବୋଲି କାରଣ ଦର୍ଶାଅ ନୋଟିସ ଆମ୍ବୁ୍ୟଡସମ୍ୟାନଙ୍କ କାର୍ଯ୍ୟାଳୟରୁ ଚଠି ନମ୍ବର ୫୫୦ପ୍ରକାରେ ଜାରିହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top