ଓଡ଼ିଶା

୮୦ ଦମକଳ ଗାଡ଼ି, ୧୫ ଘଣ୍ଟା ପରେ ବି ଲିଭିପାରିଲାନି ନିଆଁ: ଏୟାର ଫୋର୍ସ ହେଲି କ୍ୟାପଟର ମଗାଗଲା

ନୂଆ ଦିଲ୍ଲୀ ୩୦ ମଇ (ଓଡ଼ିଆ ପୁଅ) – ଦିଲ୍ଲୀର ମାଲଭିୟ ନଗରରେ ଏକ ରବର ଗୋଦାମରେ ମଙ୍ଗଳବାର ସଂଧ୍ୟାରେ ବଡ଼ ଅଗ୍ନିକାଣ୍ଡ ଘଟିଛି।
– ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟି ଦମକଳ ଗାଡ଼ି ବ୍ୟବହାର କରାଯାଇ ସାରିଲାଣି।
– ୧୫ ଘଣ୍ଟା ପରେ ବି ନିଆଁ ଲିଭାଇବାରେ ସକ୍ଷମ ହୋଇପାରିନାହାଁନ୍ତି ଦମକଳ ବାହିନୀ।
– ଏୟାରଫୋର୍ସର ହେଲି କ୍ୟାପଟରକୁ ନିଯୁକ୍ତ କରାଯାଇଛି।
– ସୁରକ୍ଷା ଦୃଷ୍ଟିରୁ ନିକଟରେ ଥିବା ସମସ୍ତ ଘରକୁ ଖାଲି କରାଯାଇଛି


ନୂଆ ଦିଲ୍ଲୀ ୩୦ ମଇ (ଓଡ଼ିଆ ପୁଅ) : ଦିଲ୍ଲୀର ମାଲଭିୟ ନଗରରେ ଏକ ରବର ଗୋଦାମରେ ମଙ୍ଗଳବାର ସଂଧ୍ୟାରେ ପ୍ରବଳ ନିଆଁ ଲାଗିଯାଇଛି। ଏ ପର୍ଯ୍ୟନ୍ତ ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡ଼ି ସେଠାକୁ ପହଁଚା ଯାଇଥିଲା। ୧୫ ଘଣ୍ଟାର ପରିଶ୍ରମ ପରେ ପରେ ମଧ୍ୟ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ିଛିଯେ, ନିଆଁ ଲିଭାଇବା ପାଇଁ ୪ ଘଣ୍ଟାର ସମୟ ଆଉ ଲାଗିପାରେ। ଦିଲ୍ଲୀ ଡିଜେଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି ନିଆଁ ଲିଭାଇବାପାଇଁ ଏୟାରୋର୍ସର ସହାୟତା ନିଆଯାଇଥିଲା। ଏହା ପରେ ଏୟାରଫୋର୍ସର ହେଲିକ୍ୟାପ୍ଟରରେ ଜଳ ଛିଞ୍ଚନ କରାଯାଉଛି।

ନିଆଁ ଏତେ ଭିଷଣଥିଲା କି ନିକଟ ୫ କିଲୋମିଟର ଦୂର ନେହରୁ ପ୍ଲେସ ଏବଂ ଗ୍ରେଟର କୈଳାଶରେ ମଧ୍ୟ କଳା ଧୁଆଁ ଦେଖାଯାଉଥିଲା। ଏହି ଘଟଣାରେ କୌଣସି ଲୋକଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top